Aug 10, 2024, 19:19 IST

ସରପଞ୍ଚ କହୁଛି ମତେ ଭୋଟ ଦେଇନ ତମକୁ ପାଣି ଦେବିନି - Exclusive

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ଜଣେ ସରପଞ୍ଚ କଣ ସବୁ କରୁଛନ୍ତି । ଏହି ସରପଞ୍ଚ ଜଣକ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସରପଞ୍ଚଙ୍କ ନାଁରେ ଏବେ ଅଭିଯୋଗ ଆସିଛି ଆଉ ଏହି ଅଭିଯୋଗ ହେଉଛି କି ତାଙ୍କୁ ଗୋଟିଏ ଗ୍ରାମ ଲୋକ ଭୋଟ ଦେଇନଥିଲେ ଆଉ ସେ ସେହି ଗାଁର ଅସୁବିଧା ବୁଝିବେ ନାହିଁ ବୋଲି କହିଛନ୍ତି ।
Bb
ସରପଞ୍ଚ ଜଣଙ୍କର ଏଭଳି କାମ ଦେଖି ଏବେ ଗ୍ରାମବାସୀ ଗ୍ରାମପଞ୍ଚାୟତ ଘେରାଉ କରିଛନ୍ତି । ଗ୍ରାମବାସୀ ଗରା ବାଲଟି ଧରି ଗ୍ରାମପଞ୍ଚାୟତରେ ବସିଛନ୍ତି । ସେମାନେ ଧାରଣା ଦେଇଛନ୍ତି । ସେଠାରେ ପରିସ୍ଥିତି ଏଭଳି ହୋଇଥିଲା ଯେ ଶେଷରେ ସେଠାକୁ ପୋଲିସ ଆସିଥିଲା । ଆଉ ପୋଲିସ ସେଠାରେ ପହଞ୍ଚି ଏବେ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଛି । ଗ୍ରାମବାସୀ ଏବେ ବହୁତ କଷ୍ଟରେ ଅଛନ୍ତି ସେମାନେ ପିଇବାକୁ ପାଣି ପାଉ ନାହାଁନ୍ତି । ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ପାରିଲେ ନାହିଁ ସରପଞ୍ଚ ।
Gg
ବସୁଧା ଯୋଜନାରେ ୫୦ ହଜାର ଲିଟରର ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । ଆଉ ଏହି ଟାଙ୍କି ରୁ ଲୋକମାନେ ଠିକରେ ପାଣି ପାଉନାହାନ୍ତି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଏବଂ ସରପଞ୍ଚଙ୍କୁ ଏହି ବିଷୟରେ ଜଣାଇଥିଲେ । କିନ୍ତୁ ଏହି ସମସ୍ୟାର କୌଣସି ସମାଧାନ ହେଉନାହିଁ । ଆଉ ଏବେ ଏହି ଘଟଣାର ସମାଧାନ ନ ହେବାରୁ ଗ୍ରାମବାସୀ ଗ୍ରାମପଞ୍ଚାୟତ ଆଗରେ ଧାରଣାରେ ବସିଛନ୍ତି । ଏବେ ଗ୍ରାମବାସୀ କହିଛନ୍ତି କି ସରପଞ୍ଚ କହୁଛନ୍ତି ସେହି ଗ୍ରାମବାସୀ ତାଙ୍କୁ ଭୋଟ ଦେଇ ନାହାଁନ୍ତି ।
ଆଉ ସେଥିପାଇଁ ସରପଞ୍ଚ ଏହି ସମସ୍ୟାର ସମାଧାନ କରୁ ନାହାଁନ୍ତି । ସରପଞ୍ଚଙ୍କ ନାମରେ ଏହି ଅଭିଯୋଗ ଆସିବା ପରେ କହିଛନ୍ତି ବାରମ୍ବାର ଏହି ପାଣି ମୋଟର ଖରାଇ ହେଉଛି ଆଉ ସେଥିପାଇଁ ପାଣି ଠିକ୍ ଭାବରେ ଆସୁନାହିଁ । ଏହି ଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର ସିଲଙ୍ଗା ଗ୍ରାମରେ । ଏବେ ଏହି ଅଞ୍ଚଳରେ ଠିକ୍ ଭାବରେ ପାଣି ଆସୁ ନାହିଁ । ଆଉ ଏହି କାରଣରୁ ଲୋକମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ଗାଁ ଲୋକଙ୍କ ସମସ୍ୟା କେବେ ସମାଧାନ ହେଉଛି ।

Advertisement