ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିଲେ ସରପଞ୍ଚ। କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଧୀନସ୍ଥ "ଛ" ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳ। ସିଏ ଅଭିଯୋଗ କରିଛନ୍ତି କି ସ୍ଥାନୀୟ ସରପଞ୍ଚ ତୁଷାର ସାହୁ ତାଙ୍କୁ ମାଡ ମାରିଛନ୍ତି। ଏଥିପାଇଁ ସେ ଗୁରୁଡ଼ିଝଟିଆ ଥାନାରେ ଏତଲା ବି ଦେଇଛନ୍ତି। ହେଲେ ପୋଲିସ ଯେଉଁ ଭଳି ଭାବେ ତଦନ୍ତ କରୁଛି ସେଥିରେ ସେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି ପ୍ରଧାନଶିକ୍ଷକ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେଥିପାଇଁ ତାଙ୍କୁ ସେଠାରୁ ବଦଳି କରିଦେବାକୁ ସେ ବିଭାଗୀୟ କତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ଏହି "ଛ" ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ଜଣେ ପ୍ରାଇଭେଟ୍ ଶିକ୍ଷକ। ଆଉ ସେହି ପ୍ରାଇଭେଟ୍ ଶିକ୍ଷକ ନାଁ ହେଉଛି ସନାତନ ସାହୁ। ଯିଏ କି ସ୍ଥାନୀୟ ସରପଞ୍ଚ ତୁଷାର ସାହୁଙ୍କ ନିଜ ଦାଦା ବୋଲି ଜଣାପଡିଛି। ତେବେ ଏହି ପ୍ରାଇଭେଟ୍ ଶିକ୍ଷକକୁ ଦରମା ଦେବାର ଦାୟିତ୍ଵ କୁଆଡେ ବିଦ୍ୟାଳୟ ପରିଚାଳନା କମିଟି ବା ଏସଏମସି ନେଇଛି। ଆଉ ତାହା ପୁଣି ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବଳକା ଚାଉଳ ବିକ୍ରୀ ହେଇ ଯାହା ପଇସା ବାହାରିବ ସେଥିରେ ପ୍ରାଇଭେଟ୍ ଶିକ୍ଷକଙ୍କୁ ଦରମା ଦିଆଯିବ।
ତେବେ ଅଭିଯୋଗ ଅନୁସାରେ ଏହି ପ୍ରାଇଭେଟ୍ ଶିକ୍ଷକ ଜଣଙ୍କ ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳଙ୍କୁ ଦରମା ମାଗିଥିଲେ। "କିନ୍ତୁ ମଧ୍ୟାହ୍ନ ଭୋଜନ ରୋଷେଇର ଦାୟିତ୍ଵ ନେଇଥିବା ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ ପଇସା ଉଠା ହେଇନଥିଲା। ତେଣୁ ସେ ତାଙ୍କୁ ପଇସା ଦେଇ ପାରିନଥିଲେ"। ହେଲେ ଏହାପରେ ସରପଞ୍ଚ ତୁଷାର ସାହୁ ପ୍ରଧାନଶିକ୍ଷକଙ୍କ ନିଜ ଦରମାରୁ ତାଙ୍କ ଦାଦା ସନାତନ ସାହୁଙ୍କୁ ପଇସା ଦେବା ପାଇଁ କହିଥିଲେ। ଆଉ ଏହି କଥାରେ ପ୍ରଧାନଶିକ୍ଷକ ରାଜି ନହେବାରୁ ପ୍ରାଇଭେଟ୍ ଶିକ୍ଷକ ସନାତନ ସାହୁଙ୍କ ଉପସ୍ଥିତିରେ ସରପଞ୍ଚ ତୁଷାର ସାହୁ ଏବଂ ଅନ୍ୟ ଜଣେ ସହଯୋଗୀ ଗୁଡୁ ବେହେରା ତାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ।
ଏହି ଘଟଣା ନେଇ ସେ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତଦନ୍ତରେ ସେ ସନ୍ତୁଷ୍ଟ ନୁହଁନ୍ତି। ଆଉ ସେହି ବିଦ୍ୟାଳୟରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିବାରୁ ମନୋରଞ୍ଜନଙ୍କୁ ଟ୍ରାନ୍ଫର କରିଦେବା ପାଇଁ ସେ ବିଭାଗୀୟ କତୃପକ୍ଷଙ୍କୁ ନିବେଦନ କରିଛନ୍ତି। ସେପଟେ ପ୍ରଧାନଶିକ୍ଷକ ତାଙ୍କୁ ଅଶିଳ ଭାଷାରେ ଗାଳି କରିଥିବା ନେଇ ଥାନାରେ ଓଲଟା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ। ତେଣୁ ଉଭୟ ପକ୍ଷଙ୍କ ଏତଲାକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି।