Sep 29, 2024, 16:36 IST

ସମୁଦ୍ର ଭିତରୁ ମିଳିଲା ୨୦୦ ବର୍ଷର ବନ୍ଦ ଥିବା ବୋତଲ ମଧ୍ୟରୁ ଚିଠି ଦେଖନ୍ତୁ କଣ ଥିଲା ଲେଖା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମୁଦ୍ରକୂଳ ପାଖରେ ଖୋଳୁ ଖୋଳୁ ମିଳିଲା ୨୦୦ ବର୍ଷର ଚିଠି। କାଚ ବୋତଲ ଭିତରୁ ମିଳିଲା ୨୦୦ ବର୍ଷର ପୁରୁଣା ଚିଠି। ଏହି ଚିଠିଟି ପ୍ରତ୍ନତାତ୍ୱିକସ୍ଥଳୀରେ କାମ କରୁଥିବା ଛାତ୍ର ସ୍ୱାଚ୍ଛା ସେବୀ ଏକ ଟିମକୁ ମିଳିଛି। ଚିଠିକୁ ୨୦୦ ବର୍ଷ ତଳେ ଲେଖିଥିଲେ ପୂର୍ବରୁ ଜଣେ ଆରକ୍ୟୁଲିଜିଷ୍ଟ। ଫ୍ରାନ୍ସର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳୀରେ କାମ କରୁଥିବା ଛାତ୍ର ସ୍ୱେଚ୍ଛାସେବୀଙ୍କର ଏକ ଟିମ୍‌ ଏହି ଅନନ୍ୟ ଆବିଷ୍କାର କରିଛନ୍ତି। 
Hh
ଗଲିଶ ଟାଉନ୍‌ରେ ଅବଶେଷଗୁଡ଼ିକର ଖନନ ସମୟରେ ସେମାନେ ଏକ ମାଟି ପାତ୍ର ପାଇଲେ। ତା’ ମଧ୍ୟରେ ଲୁଚାଯାଇଥିବା ଏକ କାଚ ବୋତଲ ସେମାନେ ଆବିଷ୍କାର କଲେ। ବୋତଲକୁ ପ୍ରାୟ ୨୦୦ ବର୍ଷ ଧରି ଲୁଚାଇ ରଖାଯାଇଥିଲା। ଏଥିରେ ଏକ ଚିଠି ଥିଲା। ସେଇଟି ଉକ୍ତ ସ୍ଥାନରେ କାମ କରିଥିବା ପୂର୍ବର ଜଣେ ପ୍ରତ୍ନତତ୍ତ୍ୱବିତ୍‌ଙ୍କର। ୟୁରୋପୀୟ ସଂଘର ଆଞ୍ଚଳିକ ପ୍ରତ୍ନତତ୍ତ୍ୱବିଜ୍ଞାନ ସେବାର ମୁଖ୍ୟ ଗୁଇଲମ୍‌ ବ୍ଲଣ୍ଡେଲଙ୍କୁ ଚିଠିର ଯାଞ୍ଚ୍‌ ଲାଗି ପଠାଯାଇଥିଲା। ବ୍ଲଣ୍ଡେଲ ବୋତଲଟିକୁ ଖୋଲି ଚିଠି ପଢ଼ିଲେ। 
Bb
ସେଥିରେ ଲେଖାଥିଲା, ‘ବିଭିନ୍ନ ବୌଦ୍ଧିକ ସଂସ୍ଥାର ସଦସ୍ୟ ଡାଇପ୍ପେ ବାସିନ୍ଦା ପିଜେ ଫେରେଟ୍‌ ୧୮୨୫ ମସିହାରେ ଏଠାରେ ଖନନ କରିଥିଲେ। ସାଇଟ୍‌ ଡି ଲାଇମ୍ସ ବା କାସାର୍ସ କ୍ୟାମ୍ପ୍‌ ନାମରେ ପରିଚିତ ଏହି ବିଶାଳ କ୍ଷେତ୍ରରେ ସେ ନିଜର ଯାଞ୍ଚ୍‌ ଜାରି ରଖିଛନ୍ତି।’ ପିଜେ ଫେରେଟ୍‌ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ। ନଗରନିଗମ ରେକର୍ଡରୁ ସ୍ପଷ୍ଟ ହୁଏ, ୨୦୦ ବର୍ଷ ତଳେ ସେ ଉକ୍ତ ସ୍ଥାନରେ ପ୍ରଥମେ ଖନନ କରିଥିଲେ। ଏହି ଆବିଷ୍କାରକୁ ନେଇ ପ୍ରତ୍ନତତ୍ତ୍ୱବିତ୍‌ ଓ ଐତିହାସିକମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। 
ଏହି ଚିଠି ଗଲିଶ ଗାଁର ଇତିହାସ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରେ ବୋଲି ସେମାନେ ଆଶା କରୁଛନ୍ତି। ପ୍ରାରମ୍ଭିକ ଊନବିଂଶ ଶତାବ୍ଦୀର ପ୍ରତ୍ନତାତ୍ତ୍ୱିକ ପ୍ରକ୍ରିୟା ବିଷୟରେ ମଧ୍ୟ ସେମାନଙ୍କୁ ଜ୍ଞାନ ମିଳିପାରିବ। ଯେଉଁ କାଚ ବୋତଲ ଭତରୁ ଚିଠି ମିଳିଛି, ତାହା ଏକ ପ୍ରକାର ଶିଶି ଥିଲା ଯାହାକୁ ମହିଳାମାନେ ଗଳାରେ ପିନ୍ଧୁଥିଲେ। ସେଥିରେ ଗନ୍ଧଯୁକ୍ତ ଲୁଣ ଭର୍ତ୍ତି କରାଯାଉଥିଲା ବୋଲି ଏହି ପ୍ରତ୍ନତାତ୍ତ୍ୱିକ ଅଭିଯାନ ଟିମ୍‌ର ମୁଖ୍ୟ ଗୁଇଲମ୍‌ ବ୍ଲଣ୍ଡେଲ କହିଛନ୍ତି।

Advertisement