ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ କେତେବେଳେ କାହା ସହିତ କଣ ହେବ ସେକଥା କିଏ ବା ଜାଣିଛି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଆପଣଙ୍କୁ କନ୍ଦାଇ ଦେବ । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ମାଆ ପୁଅର ମରିବା ଖବର ସାହିପାରୁ ନାହିଁ । ଆଉ ମାଆ ଜଣକ ପୁଅର ଏଭଳି ଅବସ୍ଥା ଦେଖି ପାରୁନାହିଁ । ଏବେ କାନ୍ଦି କାନ୍ଦି ପାଗେଳି ଭଳି ହେଉଛି ମାଆ । ସବୁଦିନ ପାଇଁ ତାର ପୁଅ ଆଖି ବୁଜି ଦେଇଛି । ଆଉ ଏବେ ଏହି ଯୁବକ ଜଣଙ୍କର ସ୍ତ୍ରୀ ଆଉ ମାଆ କାନ୍ଦୁଛନ୍ତି ।
କେମିତି ସେ ମାଆ ଧର୍ଯ୍ୟ ଧରି ରହିବ ଯାର ଭେଣ୍ଡିଆ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଯାଇଛି । ସକାଳୁ ଉଠିଥିଲେ ସହଦେବ ଆଉ ମାଆ ତାଙ୍କୁ କିଛି ଖାଇବାକୁ କହିଥିଲେ । କିନ୍ତୁ ସହଦେବ ତାଙ୍କ ଝିଅକୁ ସ୍କୁଲରେ ଛାଡ଼ିବାକୁ ଯାଇଥିଲେ । ଆଉ ସେ ଝିଅକୁ ସ୍କୁଲରେ ଛାଡି ଆଉ ଘରକୁ ଫେରି ନଥିଲେ । ମାଆ ସେମିତି ଖାଇବା ପରଶି ପୁଅକୁ ଅପେକ୍ଷା କରିଛି । ପୁଅ ଆସିଲା ନାଁ ଖାଇଲା । ପୁଅର ମରଣକୁ ସହଜରେ ଗ୍ରହଣ କରି ପାରୁନାହିଁ ମାଆ । ଏବେ ମାଆ ଜଣକ କହିଛନ୍ତି ତାଙ୍କ ବିନା ଅନୁମତିରେ ତାଙ୍କ ପୁଅର ପୋଷ୍ଟମର୍ଟମ କାହିଁକି କରାଗଲା ।
ସେ କହିଛନ୍ତି ତାଙ୍କ ପୁଅ ବଞ୍ଚିଛି ଆଉ ସେ ଉଠିବ । ଭଉଣୀ ମଧ୍ୟ ତାର ଭାଇର ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହିଁ । ଭାଇ ଜଣକର ଭୁଲ କଣ ଥିଲା ବୋଲି ଏବେ ପ୍ରଶ୍ନ କରୁଛି ଭଉଣୀ । ଏହି ଯୁବକ ଜଣଙ୍କର ଭୁଲ ଥିଲା କଣ ଡ୍ରଗସ୍ ମାଫିଆଙ୍କୁ ଧରା ପକେଇବା, ନା ନିଶାରେ ଥିବା ଲୋକଙ୍କୁ ବୁଝାଇବା । ଏବେ ଏଭଳି କିଛି କହି ତାର ଭଉଣୀ କାନ୍ଦୁଛି । ଘରର ପରିବାରଲୋକେ କେହି ପହଞ୍ଚି ନଥିଲେ ଆଉ ତାଙ୍କୁ ପୋଷ୍ଟମର୍ଟମ କରାଗଲା । ଏହି ଯୁବକ ଜଣଙ୍କୁ କେବଳ ପରିବାର ନୁହେଁ ଗାଁ ବାସୀ ତାଙ୍କୁ ଭଲ ପାଉଥିଲେ । ଆଉ ତାଙ୍କ ସାଙ୍ଗସାଥୀ ଏବେ ଅନେକ ଦୁଃଖ ଅଛନ୍ତି । ଲୋକମାନେ କହିଛନ୍ତି ସହଦେବଙ୍କ ପାଇଁ ତାଙ୍କ ଘରେ ଚୁଲି ଜଳିଥାଏ ।
ଆଉ ତାଙ୍କୁ କେହି ଜଣେ ହ-ତ୍ୟା କରି ଦେଇ ମାରି ଦେଇଛନ୍ତି ବୋଲି ଏବେ ଖବର ଆସିଛି । ଆଉ ଏହି ଖବରକୁ ନେଇ ଏବେ ନ୍ୟାୟ ଦାବି କରିଛନ୍ତି ତାଙ୍କ ପରିବାର ଏବଂ ଗ୍ରାମବାସୀ । ଏବେ ଗ୍ରାମବାସୀ କହିଛନ୍ତି ତାଙ୍କୁ କିଏ ମାରିଛି ତାହା ଜଣା ନପଡ଼ିଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ । ଭୁବନେଶ୍ୱର ରାଜରାସ୍ତାରେ ଏହି ଘଟଣା ଘଟିଛି ଯାହା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏବେ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି । ଦୁଇଜଣ ଯୁବକ ଆସି ସହଦେବଙ୍କୁ ହ-ତ୍ୟା କରିଛନ୍ତି ବୋଲି ସୂଚନା ମିଳୁଛି ।