ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ପାଣିପାଗ ସମ୍ବନ୍ଧୀୟ ଅନେକ ପ୍ରକାରର ଅପଡେଟ ପାଇ ପାରୁଥିବେ । ଏବେ କିଛି ଖବର ପାଣିପାଗକୁ ନେଇ ଆସିଛି । ଏହି ମାସରେ ଶୀତ ଅନୁଭୂତ ହେବା କଥା କିନ୍ତୁ ଆଜିକା ସମୟରେ ଶୀତ ଅନୁଭୂତ ହେବା ଅପେକ୍ଷା ପାଗ ଶୁଖିଲା ରହୁଛି । ଏବେ ଖବର ଆସିଛି କି ଶୀତ ଅନୁଭୂତ ହେବ ନାହିଁ । ଏବେ ପୁଣି ଏକ ଲଘୁଚାପ ଆସୁଛି ବୋଲି ସୂଚନା ମିଳିଛି । ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।
ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏହି ଲଘୁଚାପ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଥିବା ବେଳେ ଏହା ପଶ୍ଚିମ ଦିଗ ଦେଇ ତାମିଲନାଡୁ, ଶ୍ରୀଲଙ୍କା ଉପକୂଳ ନେଇ ଯିବ ବୋଲି ଅନୁମାନ କରୁଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏହା ପୂର୍ବରୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ଏନେଇ ଆସିଛି ବଡ ଖବର । ତାମିଲନାଡୁ ଆଉ କେରଳ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ଆସନ୍ତା ଦିନରେ ବର୍ଷା ଅଧିକ ହେବ ବୋଲି ଅନୁମାନ କରାଯାଉଛି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର, ତାମିଲନାଡୁ, ଏବଂ କେରଳରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ ଏନେଇ ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ବର୍ଷା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଏହି ସୂଚନା ଭାରତୀୟ ପାଣିପାଗ ବିଭାଗ ଦେଇଛି ।ରାଜ୍ୟରେ ପାରଦ ଖସିବ ବୋଲି ସୂଚନା ମିଳିଥିବା ବେଳେ ଆସନ୍ତା ୧୫ ତାରିଖ ବେଳକୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି ।ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ପାଗର ଶୁଷ୍କତା ଯୋଗୁଁ ପବନ ହେବା ସାଙ୍ଗକୁ ତାପମାତ୍ରା କମିବା ସହ ଶୀତ ବଢିବ ବୋଲି ସୂଚନା ମିଳିଛି । ଏବେ ଏହି ଖବର ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିଲେ ।