Oct 7, 2024, 15:31 IST

ସାଇକେଲ କୁ ଧକ୍କା ଦେଇ ଦେଲା ଟ୍ରକ୍... ଘଟଣା ସ୍ଥଳ ରେ ଜଣକ ର ...

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Cg
ବନ୍ଧୁଗଣ ଜଣେ ବ୍ୟକ୍ତି ଗଞ୍ଜାମରୁ ଆସି ଭୁବନେଶ୍ଵର ରହି କରୁଥିଲେ ଲେବର କାମ। ହେଲେ ଅକାଳରେ ବ୍ୟକ୍ତି ଜଣଙ୍କର ଚାଲିଗଲା ଜୀବନ ସାଇକେଲରେ ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କ ଉପରେ ମାଡି ଯାଇଥିଲା ଟ୍ରକ୍। ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ବ୍ୟକ୍ତିଙ୍କ ଜୀବନ। ତେବେ ଏଭଳି ଏକ ମର୍ମାହତ ସଡ଼କ ଦୁ-ର୍ଘ-ଟ-ଣା ପଳାଶୁଣି ଛକରେ ଦେଖିବାକୁ ମିଳିଛି। ଯେଉଁଠି ଗୋଟିଏ ଟ୍ରକ୍ ସାଇକେଲ ଆରୋହୀଙ୍କ ଉପରେ ମାଡ଼ି ଯାଇଛି। 
Gf
ସୂଚନା ଅନୁସାରେ ସାଇକେଲ ଆରୋହୀ ଜଣଙ୍କ ଗଞ୍ଜାମ ଜିଲ୍ଲା ପାଟକୁରାର ବୁଲା ସେଠୀ। ବୁଲା ରସୁଲଗଡ଼ରେ ରହି ଲେବର କାମ କରନ୍ତି। କାମ ସାରି ଘରକୁ ଫେରୁଥିବା ସମୟରେ ଖୋର୍ଦ୍ଧା କଟକ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରକଟି ବୁଲାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୁଲା ସେଠୀଙ୍କର ଜୀବନ ଚାଲି ଯାଇଥିଲା। ତେବେ ଏହି ଘଟଣା ପରେ ବୁଲା ସେଠୀଙ୍କ ପରିବାରକୁ ଜଣାଇଥିଲେ ଜଣେ ବ୍ୟକ୍ତି। 
ତେବେ ବୁଲା ସେଠୀଙ୍କ ମୃ-ତ-ଦେ-ହକୁ କିପରି ତାଙ୍କ ଗାଁକୁ ପଠାଯାଇପାରିବ ତା'ର ବ୍ୟବସ୍ଥା କରାଯାଉଛି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃ-ତ-ଦେ-ହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଅନ୍ୟପଟେ ଦୁ-ର୍ଘ-ଟ-ଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ମଞ୍ଚେଶ୍ୱର୍ ପୋଲିସ ଥାନାକୁ ଆଣିଛି।

Advertisement