ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ରାଉରକେଲାରେ ଘଟିଛି ଏକ ଲଜ୍ଜ୍ୟାଜନକ ଘଟଣା। ଦୁର୍ବୃତ୍ତ ମାନେ ଚପଲ କିଣିଦେବା ନାଁରେ ଦୁଇ ନାବାଳିକାଙ୍କ ସହିତ କରିଥିଲେ ଗ-ଣ-ଦୁ-ଷ୍କ-ର୍ମ। ଖାଲି ସେତିକି ନିଜେ ଗ-ଣ-ଦୁ-ଷ୍କ-ର୍ମ କରିବା ପରେ ଦୁଇ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଛାଡିଦେଇ ଫେରାର ହେଇଥିଲେ ଦୁର୍ବୃତ୍ତ ମାନେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉଲକେଲା ସ୍ମାର୍ଟ ସିଟି ସହର ପ୍ଲାନ୍ ସାଇଟ୍ ଥାନା ଅଞ୍ଚଳରେ।
ରାଉରକେଲା ନାବାଳିକା ଗ-ଣ-ଦୁ-ଷ୍କ-ର୍ମ ମାମଲାରେ ହସ୍ତକ୍ଷେପ କଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ତଦନ୍ତ କରି ରିପୋର୍ଟ ଦେବା ପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୁନ୍ଦରଗଡ ସିଡିଏମଓ, ସିଡିପିଓ ଓ ପ୍ଲାଣ୍ଟ ସାଇଟ ଥାନା ଧିକାରୀଙ୍କୁ ଚିଠି କରିଛି ଆୟୋଗ। ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି ଏବଂ ପୀଡିତାଙ୍କର ମାନସିକ ସ୍ଥିତି କେମିତି ଅଛି ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି।
କାଉନସେଲିଂ କରାଯାଇଥିଲେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ମୁତାବିକ ରାଉରକେଲାରେ ଦୁଇଜଣ ନାବାଳିକାଙ୍କୁ ଗ-ଣ-ଦୁ-ଷ୍କ-ର୍ମ ହୋଇଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହୋଇଥିଲା। ଦୁଇଦିନ ତଳେ ସନ୍ଧ୍ୟାରେ ଦୁଇଜଣ ନାବାଳିକା ରାଉରକେଲାକୁ ଚପଲ କିଣିବାକୁ ଆସିଥିଲେ। ବସଷ୍ଟାଣ୍ଡ ନିକଟରେ ଦୁଇଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ।
ସେଠାର ନାବାଳିକାଙ୍କୁ ମାଡ ମାରି , ଧମକାଇ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଏହିକଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ପୀଡ଼ିତା କହିଥିଲେ। ପୀଡ଼ିତା ନାବାଳିକା ଦୁଇଜଣ ଏବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ତଦନ୍ତ କରି ତିନିଜଣଙ୍କୁ ଅଟକ ରଖିଥିଲା |