ଆଜିକାଲି ଦୁନିଆରେ ଆପଣମାନେ ସମସ୍ତେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ ଲୋକମାନେ ଗଛ ନଷ୍ଟ କରି ଦେଉଛନ୍ତି । ଏଭଳି ଅନେକ ଜଙ୍ଗଲ ମଧ୍ୟ ନଷ୍ଟ କରି ଦେଲେଣି । କିଏ ଗଛ କାଟି ଘର କରୁଛି ତ ଆଉ କିଏ କଣ କରୁଛି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍ କେଉଁଆଡେ ଗାଏବ ହୋଇଗଲା ବଡ ବଡ ଗଛ । ରାତିରେ ଏହି ଗଛ ସବୁ ଥିଲା କିନ୍ତୁ ସକାଳ ହେଲା ବେଳକୁ ଆଉ ଗଛ ନାହିଁ ।

ମାଳ ମାଳ ମୂଲ୍ୟବାନ ଗଛ ଆଉ ଦେଖିବାକୁ ମିଳୁନାହିଁ । ବଡ ବଡ ଗଛ ଦେଖିବାକୁ ମିଳିଥାଏ କିନ୍ତୁ ଦେଖିଲା ବେଳକୁ ଆଉ ଗଛ ନାହିଁ । ରାତାରାତି ଏହି ସବୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।ବଡ ବଡ ଗଛକୁ ନପାଇ ଏବେ ଲୋକମାନେ ମନରେ ଅନେକ କଥା ଭାବୁଛନ୍ତି । ଲକ୍ଷାଧିକ ଟଙ୍କାର ଗଛକୁ କଟାଯାଇ ସଫା କରି ଦିଆଯାଇଛି । ସ୍କୁଲ ଭିତରେ ଏଭଳି ସବୁ ଘଟଣା ଦେଖିବାକୁ ମିଳିଛି । ତଳେ ବଡ ବଡ କାଠର ଗଣ୍ଡି ପଡ଼ିଥିବାର ଦେଖାଯାଉଛି । ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ଗଛ କଟା ଯାଇଛି ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶଗୁଲି ସ୍ଥିତ ଶ୍ରୀନାଥ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ । ବିଦ୍ୟାଳୟ ପରିସରରେ ଲକ୍ଷାଧିକ ମୂଲ୍ୟର ଗଛ ଲାଗିଥିଲା ଆଉ ତାକୁ ହାଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରି କରି ଦେଇଛନ୍ତି ବୋଲି ଏବେ ଶୁଣିବାକୁ ମିଳୁଛି । ଏବେ ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ।
ବିଦ୍ୟାଳୟରେ ବଡ ବଡ ମୂଲ୍ୟବାନ ଗଛକୁ ନପାଇ ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମବାସୀ ଏହି ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଗଛ ଗାଏବକୁ ନେଇ ପ୍ରଧାନ ଶିକ୍ଷକ ମଧ୍ୟ ଅନେକ କିଛି କଥା କହିଛନ୍ତି । ୧୫ ରୁ ଉର୍ଦ୍ଧ୍ବ ଗଛ କାଟି ବିକ୍ରି କରି ଦେଇଛନ୍ତି ପ୍ରଧାନ ଶିକ୍ଷକ ବୋଲି ସୂଚନା ମିଳିଛି । ସରପଞ୍ଚ ଏହି ଗଛ କାଟିଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ବନ ବିଭାଗରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏହାସହ ଏହି ଘଟଣା ଏବେ ତଦନ୍ତ କରାଯାଉଛି । ଗଛ କାଟିବାର କାରଣ କଣ ତାହା ତଦନ୍ତ ପରେ ଜଣାପଡ଼ିବ ।