ରାସ୍ତାରେ ଉପରେ ଏଭଳି ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ସହ୍ୟ କରି ପାରିବେ ନାହିଁ। କାରଣ ଯିଏ ବି ଏହି ଦୃଶ୍ୟ ଦେଖୁଛି ସେ ନିଜ ଆଖିର ଲୁହକୁ ଅଟକାଇ ରଖି ପାରୁ ନାହିଁ।ଯେ କେହି ମଧ୍ୟ ଏହି ଦୃଶ୍ୟ ଦେଖୁଛି ତାର ଲୋମ ମୂଳ ଟାଙ୍କୁରି ଉଠୁଛି। ତିନିଜଣ ସାଙ୍ଗ ଖୁବ୍ ହସଖୁସୀ ରେ ବାଇକ ଯୋଗେ ଘରକୁ ଯାଉଥିଲେ। ହେଲେ ହଠାତ ଏହି ତିନିଜଣ ଯୁବକଙ୍କ ଉପରେ ଚଢ଼ିଗଲା ବସ୍। ଆଉ ଯାହା ଫଳରେ ଘଟି ଯାଇଛି ଭୟଙ୍କର ଓ ଛାତି ଥରା ଦୁର୍ଘଟଣା।
ତିନିଜଣ ଯୁବକ ନିଜ ଘରକୁ ଯାଉଥିବା ସମୟରେ କେହି ଜାଣି ନଥିଲେ କି ଏଭଳି ଦୁର୍ଘଟଣା ଘଟିଯିବ ବୋଲି। ମଝି ରାସ୍ତାରେ ମାଡି ଆସିଲା ରାଜ୍ୟ ପରିବହନ ନିଗମର ବସ। ଜଣେ ନୁହେଁ ଏକା ଥରେ ତିନିଜଣ ଉପରେ ମାଡି ଯାଇଥିଲା ଏହି ବସ୍। ଏଭଳି ଭାବରେ ମାଡ଼ି ଯାଇଛି ଯେ ଯାହାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବା ଆମ ପକ୍ଷରେ ସମ୍ଭବପର ନୁହେଁ। ତାହା ଆପଣ ମଧ୍ୟ ଦେଖି ପାରିବେ ନାହିଁ।ପୋଲିସ ମାନେ ମଧ୍ୟ ଏହାକୁ ଦେଖି ସ୍ତବ୍ଧ ହୋଇ ଯାଇଛନ୍ତି।
ବାଇକ୍ ଟି ରାସ୍ତା କଡ଼ରେ ପଡ଼ି ରହିଛି। ଏହି ସହ ଚପଲ ଓ କଣ୍ଢେଇ ମଧ୍ୟ ପଡ଼ି ରହିଛି।ହେଲେ ତିନିଜଣ ଯୁବକ ଏବେ ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଯାଇ ସାରିଛନ୍ତି। ଘଟି ଯାଇଛି ଛାତି ଥରାଇ ଦେବା ଭଳି ଦୁର୍ଘଟଣା। ଯାହାକି ଆପଣଙ୍କ ଆଖିରେ ଆପଣ ଦେଖି ପାରିବେ ନାହିଁ।ଭାଙ୍ଗିଲାନି ବାଇକ ହେଲେ ତିନିଜଣ ସାଙ୍ଗ ଙ୍କ ଜୀବନ ଚାଲି ଯାଇଥିଲା। ଯାହା ଫଳରେ ରାସ୍ତାରେ ଭାସୁଛି ରକ୍ତ। ଯାହାକୁ ଦେଖି ଶହଶହ ଲୋକମାନେ ଏହାକୁ ଘେରି ଯାଇଛନ୍ତି।
ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ। ମାଲକାନଗିରି ଜିଲ୍ଲାରେ ଘଟି ଯାଇଛି ଏଭଳି ଭାବରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ବାଇକ୍ ସହ ମୁହାମୁହିଁ ଭାବରେ ଧକ୍କା ହୋଇଛି ରାଜ୍ୟ ପରିବହନ ନିଗମର ବସ୍। ଆଉ ଏମିତି ମୁହାଁ ମୁହିଁ ଧକ୍କା ହେଇଛି ଯେ ଯାହା ଫଳରେ ତିନି ଜଣକ ଜୀବନ ଚାଲି ଯାଇଛି। ଏହାକୁ ନେଇ ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।