ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆସିଛି କିଛି ଖବର । ଶୁଭ ମଙ୍ଗଳବାର ପାଲଟି ଯାଇଛି ଅଶୁଭ । ମଙ୍ଗଳବାର ଦିନ ଏଭଳି କିଛି ଘଟିଗଲା ଯାହା ସମସ୍ତଙ୍କ ଛାତି ଥରାଇ ଦେଇଛି । ଛକରେ ଦୁଇ ବାଇକ୍ ଦ୍ରୁତ ଗତିରେ ଆସି ପରସ୍ପର ସହ ଧକ୍କା ହୋଇଗଲେ । ଏହି ଦୁର୍ଘଟଣା ବହୁତ ଭୟଙ୍କର ହୋଇଥଲା । ବିକଟାଳ ଦୁର୍ଘଟଣାର ଶବ୍ଦ ଶୁଣି ଧାଇଁ ଆସିଥିଲେ ଲୋକମାନେ ।
ଆଉ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେମାନଙ୍କର ଲୋମ ମୂଳ ଟାଙ୍କୁରି ଉଠିଥିଲା । ଏହି ଦୁର୍ଘଟଣାରେ କିଏ ମରିଛି କିଏ ବଞ୍ଚିଛି ତାହା ଜଣାପଡି ନଥିଲା । ସମସ୍ତେ ଯେମିତି ରକ୍ତ ଯୁଡୁବୁଡୁ ହୋଇ ରାସ୍ତାରେ ଗଡୁଥିଲେ । ପୁରା ରାସ୍ତା ସାରା ରକ୍ତ ପଡ଼ିଥିଲା । ଆଉ ଦୁଇଜଣ ରକ୍ତରେ ଯୁଡୁବୁଡୁ ହୋଇଥିବା ବେଳେ ୭ ବର୍ଷର କୁନି ଛୁଆଟିର ଅବସ୍ଥା ବହୁତ ଖରାପ ଥିଲା । ତାର ଦେହ ସାରା ରକ୍ତରେ ଭିଜି ଯାଇଥିଲା । ସ୍ଥାନୀୟ ଲୋକମାନେ ଏହା ଦେଖି ଟିକେ ବି ବିଳମ୍ବ ନ କରି ସ୍ଥାନୀୟ ମେଡିକାଲକୁ ନେଇଗଲେ ।
ସେଠାରେ ଡାକ୍ତର ଏହି କୁନି ପିଲାଟିର ବାପା ଏବଂ ସେହି କଲେଜ ଛାତ୍ର ଜଣଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ଦୁଇ ବାଇକ ମଧ୍ୟରୁ ଗୋଟିଏ ବାଇକରେ ବାପା ଆଉ ୭ ବର୍ଷର କୁନି ପୁଅ ଥିବା ବେଳେ ଆଉ ଗୋଟିଏ ବାଇକରେ କଲେଜ ଛାତ୍ର ଜଣକ ଥିଲେ । ଗୁରୁତର ଶିଶୁ ଜଣଙ୍କର ଅବସ୍ଥା ଗୁରୁତର ଥିଲା । ସେଥିପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ୧୯ ନମ୍ବର ଜାତୀୟ ରାଜପଥ ଶେରଗଡ଼ ଝରଣା ଘାଟି ସିମୁଳିଆ ଛକ ଠାରେ ଏହି ଘଟଣା ଘଟିଛି ।
ଏହି ମର୍ମନ୍ତୁକ ସଡ଼କ ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନୀଳଗିରି ଏନଏସି ୧୦ ନମ୍ବର ୱାର୍ଡର କଲେଜ ଛାତ୍ର ଚନ୍ଦ୍ରଶେଖର ପାତ୍ର । ଏବଂ ଅନ୍ୟ ଜଣକ ହେଲେ ରେମୁଣା ଗାଁର ଅକ୍ଷୟ ପାତ୍ର । ଏବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ କୁନି ପିଲାଟିର ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଏବେ ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି ।