Aug 17, 2024, 11:11 IST

ରାକ୍ଷୀ ପୂର୍ଣ୍ଣିମା ଆଗରୁ ସହିଦ ହୋଇଗଲେ ବୀର ଯବାନ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଜଣେ ବୀର ଯବାନଙ୍କୁ ନେଇ ଆସିଛି ଖବର । ଆଗକୁ ଆସିବାକୁ ଯାଉଛି ରକ୍ଷା ବନ୍ଧନ । ଆଉ ଏହି ପର୍ବ ପାଇଁ ଭଉଣୀଟିଏ ସବୁବେଳେ ଅପେକ୍ଷା କରିଥାଏ । ଭଉଣୀ ସବୁବେଳେ ତାର ଭାଇକୁ ବହୁତ ଭଲ ପାଇଥାଏ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ବହୁତ ଖୁସି ହୋଇଥାଏ । ଠିକ୍ ଏମିତି ବୀର ଯବାନଙ୍କ ଭଉଣୀ ରାକ୍ଷୀ ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବହୁତ ଖୁସି ଥିଲେ । 
Bb
କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଏଭଳି କିଛି ଘଟିଯିବ ସେକଥା କିଏ ବା ଜାଣିଥିଲା । ସବୁଦିନ ପାଇଁ ଭଉଣୀକୁ ଛାଡ଼ି ପଳାଇଲା ତାର ଭାଇ । ଶତ୍ରୁମାନଙ୍କ ଗୁଳି ମାଡ଼ରେ ସହିଦ ହୋଇ ଯାଇଛନ୍ତି ଏହି ବୀର ଯବାନ ଜଣକ । ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ଆଗରୁ ଛାତିରେ ଗୁଳି ଖାଇଲେ ଯବାନ । ସ୍ନେହର ସୂତା ବାନ୍ଧିବା ଆଗରୁ ଛିଡି ଯାଇଛି ସମ୍ପର୍କର ଖିଅ । ରାକ୍ଷୀ ବନ୍ଧନର ଖୁସିର ପର୍ବ ପାଳନ କରିବା ପୂର୍ବରୁ ଖେଳିଯାଇଛି ଦୁଃଖ । ଏବେ ଦୁଃଖମୟ ହୋଇଯାଇଛି ପୁରା ପରିବାର । 
Bb
ରକ୍ଷା ବନ୍ଧନ ପର୍ବ ପାଇଁ ଭଉଣୀ କେତେ ଖୁସିରେ ତାର ବୀର ଯବାନ ଭାଇକୁ ଚାହିଁ ରହିଥିଲା । ରାକ୍ଷୀ ପୂର୍ଣିମା ପୂର୍ବରୁ ଭାଇ ଘରକୁ ଫେରି ଆସିଛି ସତ କିନ୍ତୁ ରାଖୀ ବାନ୍ଧିବା ପାଇଁ ନୁହେଁ ବରଂ ସବୁ ସମ୍ପର୍କ ତୁଟାଇବା ପାଇଁ । ଏକା ନୁହେଁ ବରଂ ସାଙ୍ଗରେ ସେନାବାହିନୀକୁ ନେଇ ଆସିଛି । ହାତରେ ତ୍ରିରଙ୍ଗା ଧରି ନୁହେଁ ବରଂ ତ୍ରିରଙ୍ଗାରେ ଗୋଡେଇ ହୋଇ ଭାଇର ଶବ ଜନ୍ମମାଟିକୁ ଆସିଛି । ରାକ୍ଷୀ ପୂର୍ବରୁ ଭଉଣୀଟିଏ ଅନେକ କଥା ଭାବିଥାଏ । କିନ୍ତୁ ଆଜି ଏହି ଭାଇ ଜଣକ ସହିତ ଏଭଳି ଘଟି ଯାଇଥିବା ଖବର ଭଉଣୀ ଶୁଣି ବହୁତ କଷ୍ଟରେ ଥିବ ।
ଏହି କାହାଣୀ ହେଉଛି ଦେଶ ପାଇଁ ସହିଦ ହୋଇ ଯାଇଥିବା ବୀର ଯବାନ ଦିପକ ସିଂଙ୍କର । ତାଙ୍କୁ ୨୫ ବର୍ଷ ହୋଇଛି । ଅଗଷ୍ଟ ୧୫ ତାରିଖର ଗୋଟିଏ ଦିନ ପୂର୍ବରୁ ଏଭଳି ଘଟଣା ଘଟିଛି । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ କ୍ୟାପଟେନ ଦିପକ ସିଂ ସହିଦ ହୋଇଛନ୍ତି । ଡ୍ୟୁଟିରେ ଥାଇ ମଧ୍ୟ ତାଙ୍କ ବାପା, ମା ଆଉ ଭଉଣୀ ବ୍ୟସ୍ତ ନହେବା ପାଇଁ ସେ ମିଛ କହୁଥିଲେ । ସେ ସବୁବେଳେ ସୁରକ୍ଷିତ ଅଛନ୍ତି ଆଉ ସବୁକିଛି ଭଲ ଆଉ ସେ ବିଶ୍ରାମ ନେଉଛନ୍ତି ବୋଲି କହିଥାନ୍ତି । ଦୁଇ ଭଉଣୀରେ ଦିପକ ଥିଲେ ଗୋଟିଏ ଭାଇ । ଆଉ ଆଜି ଏହି ବୀର ଯବାନ ସହୀଦ ହୋଇ ଯାଇଛନ୍ତି ।

Advertisement