ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଦେଖି ପାରୁଛନ୍ତି । ଏବେ ପାଣିପାଗ ବିଷୟରେ ଆସିଥିବା ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ବର୍ଷାକୁ ନେଇ ଆସିଛି ନୂଆ ଅପଡେଟ । ତୁହାକୁ ତୁହା ବର୍ଷା ହେବା ସହିତ ପବନ ମଧ୍ୟ ହେବ ବୋଲି ସୂଚନା ମିଳିଛି । ପବନର ବେଗ ମଧ୍ୟ ବଢିବ । ଆଉ ପବନର ବେଗ ବଢ଼ି ୭୦ କିମି ହୋଇପାରେ ବୋଲି ସୂଚନା ମିଳିଛି ।
ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଛି ଗଭୀର ଅବପାତ ଉତ୍ତର - ପଶ୍ଚିମ ଏବଂ ପଶ୍ଚିମ ଦିଗକୁ ଗତି କରିବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ, ଏବଂ ପୂର୍ବ ମଧ୍ୟପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଓଡ଼ିଶା, ଛତିଶଗଡ,ପୂର୍ବ ମଧ୍ୟପ୍ରଦେଶ ଏବଂ ପୂର୍ବ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ଆର୍ଲଟ ଜାରି ହୋଇଛି । ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତା ୨୪ ଘଣ୍ଟା ଭିତରେ ପଶ୍ଚିମବଙ୍ଗ ଏବଂ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ପବନ ବହିପାରେ । ବର୍ତ୍ତମାନ ଓଡିଶାରେ ସକ୍ରିୟ ରହିଛି ଲଘୁଚାପ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିଛି ।
ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । କିଛି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଆଞ୍ଚଳିକ ପାଣିପାଗ ଦେଇଥିବା ସୁଚନା ଅନୁସାରେ ସୁନ୍ଦରଗଡ଼, ବାଲେଶ୍ଵର ଏବଂ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।