ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ମା ଆଗରେ ଝିଅକୁ ଘୋଷାଡି ଆଣି ଠିଆ ଗୋଇଠା ମାରିଲା ସ୍ବାମୀ। ମା ସେପଟେ ଝିଅକୁ ଝିଅକୁ ଛାଡ଼ି ଦେବା ପାଇଁ ଜ୍ବାଇଁର ଗୋଡ଼ ତଳେ ମଧ୍ୟ ପଡ଼ିଥିଲା। ହେଲେ ସେହି ଜ୍ବାଇଁ ନିଜ ଭାଉଜ ସହିତ ରାତି କାଟିବ ବୋଲି ନିଜ ଦୁଇବର୍ଷର ପୁଅ ଆଗରେ ସ୍ତ୍ରୀର ନେଇଯାଇଥିଲା ଜୀବନ।

ବନ୍ଧୁଗଣ ଏହିଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଆଲିଜାଗା ଗାଁରେ। ଗତ ଗୁରୁବାର ଦିନ ବେବିନା ସାହୁଙ୍କୁ ତାଙ୍କ ଯାଆ ଦେଢୁସର ଏବଂ ସ୍ବାମୀ କୁଞ୍ଜବିହାରୀ ମିଶି ମାଡ ମାରିଥିଲେ। ଆଉ ଏହି ମାଡ଼ ମାରିବା ବେଳେ ବେବିନାର ମା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆଉ ନିଜ ଝିଅ ବେବିନାଙ୍କୁ ତାଙ୍କ ମା ରକ୍ଷା କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବେବିନାକୁ ମାଡ ମାରି ଚାଲିଥିଲେ।

ଏହାପରେ ବେବିନାର ମା ଗାଁ ଲୋକଙ୍କୁ ଚିତ୍କାର କରି ଡ଼ାକିବାକୁ ଲାଗିଥିଲେ। ଏହାପରେ ବେବିନାର ମା ଚିତ୍କାର କରି ଘର ପାଖ ଗାଁ ଲୋକ ଧାଇଁ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ବେବିନା ତଳେ ପଡି ରହିଥିଲେ। ସଙ୍ଗେ ସଙ୍ଗେ ସାଇ ଲୋକେ ବେବିନାକୁ କଟକ ମେଡ଼ିକାଲ ନେଇଥିଲେ। କିନ୍ତୁ ସେଠାରେ ବିବେନାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହେଇଥିଲା। ଯାହାକୁ ନେଇ ବେବିନାର ଭାଇ ବାଲିକୁଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛି।
ଆଉ ଏଭଳି ଜଘନ୍ୟ କାଣ୍ଡ ମା ସାମ୍ନାରେ ଘଟିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ଚୁପ୍ ବସି ରହିଥିବା ବେବିନାଙ୍କ ପରିବାର ଲୋକେ କହିଛନ୍ତି। ଏହାସହିତ ନିଜ ଜ୍ବାଇଁ ଆଉ କେଉଁ ଭାଉଜ ସହିତ ଅ-ନୈ-ତି-କ ସମ୍ପର୍କ ରଖିବା ସହିତ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ ଏଭଳି ଭାବେ ମାରି ଦେଇଥିବା କଥା ପୋଲିସ ଆଗରେ କହିଛନ୍ତି। ତେବେ ଏବେ ଦେଖିବାକୁ ବାକି ରହିଲା ଘଟଣାଟି ଆଗକୁ ଯେଉଁ ମୋଡ ନେଉଛି।