Sep 23, 2024, 11:02 IST

ପୁରିଗଲା ହୀରାକୁଦ ଡ଼୍ୟାମ ଦେଖନ୍ତୁ ବିପଦରେ ଏହିସବୁ ଗାଁ ଦେଖନ୍ତୁ ବିପଦରେ କେଉଁ କେଉଁ ଗାଁ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁରି ଗଲାଣି ହୀରାକୁଦ ଜଳଭଣ୍ଡାର। କାଲିଠୁ ପୁଣି ଆସୁଛି ଆଉ ଏକ ଲଘୁଚାପ। ବର୍ଷାର ପରିମାଣ ବଢ଼ିଲେ ଭାସିଯିବ ସବୁ ଗାଁ। ତଳିଆ ଅଞ୍ଚଳ ଆଡ଼କୁ ମାଡି ଆସୁଛି ପାଣି। ଯାହାକୁ ନେଇ ଲୋକ ମାନଙ୍କୁ ବାରମ୍ଵାର ସତର୍କ କରାଯାଉଛି। ଧିରେ ଧିରେ ଜଳସ୍ତର ବଢୁଥିବା ବେଳେ ସେପଟେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଯାହା ପ୍ରଭାବରେ ରାଜ୍ୟରେ ଲାଗି ରହିବ ଲଗାଣ ବର୍ଷା। ଯଦି ଏହିଭଳି ଭାବରେ ବର୍ଷା ଲାଗି ରହେ ତେବେ ଜଳସ୍ତର ନିଶ୍ଚିନ୍ତ ବଢ଼ିବାକୁ ଲାଗିବ। 
Bb
ସେପଟେ ଧିରେ ଧିରେ ଲଘୁଚାପ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଏପଟେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ସର୍ବୋଚ୍ଚ ଜଳସ୍ତର ଛୁଇଁଛି ହୀରାକୁଦ ଡ୍ୟାମ। ଯାହାକୁ ନେଇ ଭୟଭୀତ ହେଲେଣି ଅଞ୍ଚଳବାସୀ। ବୁର୍ଲା ହୀରାକୁଦ ଜଳଭଣ୍ଡାରର ଏବେ ଅଧିକ ପାଣିରେ ବୁଡୁଛି ପୁରା ଡ୍ୟାମ। ଆଜି ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତା। ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍। ବର୍ତ୍ତମାନ ଅଛି ୬୩୦ ଫୁଟ୍ ଜଳ। 
Bb
ଜଳଭଣ୍ଡାରକୁ ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ ଫୁଟ୍ ଜଳ। ଉପର ମୁଣ୍ଡରେ ଅଧିକ ବର୍ଷା ହେବାରୁ ଡ୍ୟାମ୍ ଫୁଲ୍ ହୋଇଥିବା ନେଇ ସୂଚନା ମିଳିଛି। ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି। ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି। ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି। 
ତେଣୁ ସବୁ ଗେଟ୍‌ ବନ୍ଦ କରାଯାଇଛି। ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍‌ ଖୋଲା ଯାଇପାରେ। ତେବେ ଅଧିକ ବର୍ଷା ହେବନି ବୋଲି ଆଶା କରୁଛୁ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ଆସନ୍ତା କାଲିଠାରୁ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବଡ ଲଘୁଚାପ ଯାହାର ପ୍ରଭାବ ଓଡିଶା ଉପରେ ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବିଜୁଳି ଘଡଘଡି ସାଙ୍ଗକୁ ତୁହାକୁତୁହା ବର୍ଷା ହେବା ନେଇ ଅନୁମାନ କରାଯାଇଛି।

Advertisement