Dec 28, 2024, 14:32 IST

ପୁଣି ମାତିଲେ ସାରଥୀ ପ୍ରେମୀ ମହିଳାଙ୍କୁ ନେଇ ଚାଲିଲା ଏମିତି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜ ଯେତେ ଉନ୍ନତି କରୁଛି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏବେବି ତାହାର ମାନସିକରେ ସେହି ଭଣ୍ଡ ବାବାଙ୍କୁ ବିଶ୍ୱାସ କରୁଛନ୍ତି । ଅନେକ ଲୋକ ଓଡ଼ିଶାରେ ଏବେବି ଅଛନ୍ତି ଯେଉଁମାନେ ଭଣ୍ଡ ବାବା ସାରଥୀଙ୍କୁ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରୁଛନ୍ତି । ଏବେ ଏଭଳି କିଛି ଖବର ନେଇ ଆସିଛି । ଏହି ଖବର ସାହାଯ୍ୟରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । ଦିନ ଥିଲା ଲୋକମାନେ ସାରଥି ବାବାଙ୍କୁ ବହୁତ ବିଶ୍ୱାସ କରୁଥିଲେ ଆଉ ସେ ଯାହା କହୁଥିଲେ ଲୋକମାନେ ତାଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ।
Gg
ସେ ଭଲ ପ୍ରବଚନ ଦେଇଥାନ୍ତି । ତାଙ୍କର ପ୍ରବଚନ ବହୁତ ଭଲ ଥିଲା କିନ୍ତୁ ଚରିତ୍ର ଭଲ ନଥିଲା ଯାହାକି ପରେ ଜଣାପଡ଼ିଲା । ଏବେ ଆପଣମାନେ କିଛି ସ୍ଥାନରେ ତାଙ୍କର ପ୍ରବଚନ ଶୁଣି ପାରିବେ । କୋର୍ଟ ବାବା ସାରଥୀଙ୍କର ଭଜନ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏହି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି । କୋର୍ଟକୁ ଅମାନ୍ୟ କରି ଭଜନ କୀର୍ତ୍ତନ କରିଲେ ଲୋକମାନେ । ସାରଥୀ ବାବାଙ୍କ ପ୍ରେମରେ ପୁଣି ଉବୁଟୁବୁ ହେଲେ ଶହ ଶହ ମହିଳା ।
Gg
ସାରଥୀ କେଳେଙ୍କାରୀର ଦୀର୍ଘଦିନ ପରେ ପୁଣି ମୁଣ୍ଡ ଟେକିଲେ ସାରଥୀ ପ୍ରେମୀ । ଆୟୋଜନ କରିଲେ ସମାରୋହ ଆଉ ସାରଥୀ ବାବାଙ୍କ ଫଟୋ ଆଉ ପାଦୁକା ଥୋଇ ସାରଥୀ ଭଜନ ଗାଇଲେ । ପୁଣି ସାରଥୀ ପ୍ରେମ ଧୀରେ ଧୀରେ କୁହୁଳିବାରେ ଲାଗୁଛି । ଦୀର୍ଘଦିନର ବ୍ୟବଧାନ ପରେ ଦ୍ଵିତୀୟ ଥର ପାଇଁ ସାରଥୀ ଭକ୍ତଙ୍କ ଦ୍ବାରା ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ରଜିବ ଗାଁରେ ବାବା ସାରଥୀ ଭଜନ ଓ ସତସଙ୍ଗରେ କମ୍ପି ଉଠିଛି ସମ୍ପୂର୍ଣ୍ଣ ମାହୋଲ । ଆଉ ସେପଟେ ଦେଖିବାକୁ ମିଳିଥିଲା ଅନେକ ଭକ୍ତଙ୍କ ସମାଗମ ।
ସେଠାରେ ଅନେକ ମହିଳା ଯୋଗ ଦେଇଥିଲେ । ସାରଥୀ ବାବାଙ୍କ ଭକ୍ତ ସମାଗମ ନ କରିବାକୁ କୋର୍ଟ ଆଦେଶ ଦେଇଥିବା ବେଳେ ଏଠାକାର ଲୋକମାନେ ତାଙ୍କ ପ୍ରବଚନ ଆଉ ସତସଙ୍ଗ କରୁଛନ୍ତି । ଏବେବି ସେଠାକାର ଲୋକମାନେ ତାଙ୍କ ପ୍ରଭୁଙ୍କୁ ଜାବୁଡ଼ି ଧରିଛନ୍ତି । ସାରଥୀଙ୍କୁ ସେମାନେ ପ୍ରଭୁ ବୋଲି ମାନି ନେଇଛନ୍ତି ଆଉ ଅନେକ କିଛି କରୁଛନ୍ତି । କୋର୍ଟ ଆଦେଶକୁ ମଧ୍ୟ ଅମାନ୍ୟ କରି ଦେଉଛନ୍ତି । ଏବେ ଏହି ଘଟଣା ସାରା ଓଡ଼ିଶାରେ ଚହଳ ପକାଇଛି । ଏବେବି ଓଡ଼ିଶାରେ ଭଣ୍ଡ ବାବା ସାରଥୀଙ୍କ ସମାଗମ ଚାଲିଛି ଆଉ ତାଙ୍କୁ ପ୍ରଭୁ ବୋଲି ମାନୁଥିବା ଲୋକମାନେ ଅଛନ୍ତି ।

Advertisement