ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ଲଘୁଚାପ ଯୋଗୁଁ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ ।
ଏହା ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅବପାତଟି ତାମିଲନାଡୁ ଆଡ଼କୁ ଯିବ ବୋଲି ସୂଚନା ମିଳିଛି । ଏନେଇ ଓଡ଼ିଶାରେ କୋହଲା ପାଗ ରହିବ ବୋଲି ସୂଚନା ମିଳିଛି । ୧୭ ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ଗଜପତି, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।
ଏହି ସ୍ଥାନ ଗୁଡିକରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଏହାସହ ପାରଦ ୨ ରୀ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ସୂଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗର ଏବଂ ଏହା ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଯାହା ଆଗାମୀ ୨୪ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢିବା ସହ ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ଯଥା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର ଏହି ଜିଲ୍ଲାରେ କୋହଲା ପାଗ ରହିବ ବୋଲି ସୂଚନା ମିଳିଛି । ଆଜି ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜ୍ୟରେ ବଢ଼ିଥିବା ଶୀତ ଉପରେ ଟିକେ ବ୍ରେକ ଲାଗିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା କମ୍ ରହିଛି । ଓଡ଼ିଶା ଉପରେ ଏହି ଲଘୁଚାପ ଅଧିକ ପ୍ରଭାବ ପକାଇବ ନାହିଁ । ଏହାସହ ବିଲରେ ପଡ଼ିଥିବା ଧାନ ଯାହା କରାଯାଇଛି ତାକୁ ଘରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।