ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗରମ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଯେତେବେଳେ ଆମେ ଗରମ ପାଣି ସେବନ କରୁ ଏବଂ ଏହା ଆମ ରକ୍ତରେ ମିଶିଥାଏ। ସେତେବେଳେ ଏହା ଆମ ରକ୍ତରେ ଥିବା କୋଲେଷ୍ଟ୍ରୋଲ, ଅଦରକାରୀ ଚର୍ବି ଏବଂ ଟକ୍ସିନକୁ ବାହାର କରି ଦେଇଥାଏ। ଏଥିପାଇଁ ଗରମ ପାଣି ସେବନ କରିବା ଦ୍ଵାରା ଆମ ଓଜନ ଦ୍ରୁତଗତିରେ ହ୍ରାସ ହେବାକୁ ଲାଗିଥାଏ। ଗରମ ପାଣି ସେବନ କରିବା ଦ୍ଵାରା ମେଟାବୋଲିଜିମ ରେଟ ମଧ୍ୟ ହ୍ରାସ ହୋଇ ଯାଇଥାଏ। ଏଥିପାଇଁ ଖୁବଶୀଘ୍ର ଓଜନ ହ୍ରାସ ହେବାକୁ ଲାଗିଥାଏ।
ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଏହାଠାରୁ ଉତ୍ତମ ଉପାୟ ଆଉ କିଛି ହୋଇନପାରେ। ଗରମ ପାଣି ଯେକୌଣସି ପ୍ରକାରର ଖାଦ୍ୟକୁ ଖୁବଶୀଘ୍ର ହଜମ କରାଇବାରେ ସାହାଯ୍ୟ କରିଥାଏ। ଗରମ ପାଣି ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ। ଏହି ରକ୍ତ ପ୍ରବାହ ଉତ୍ତମ ରୂପରେ ହେବା କାରଣରୁ ଆପଣଙ୍କ ଶରୀରର ପାଚନ ପ୍ରକ୍ରିୟା ସୁଦୃଢ ହୋଇଥାଏ। ଗରମ ପାଣି ସେବନ କରିବା ଦ୍ଵାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଉଷ୍ଣତା ମିଳିଥାଏ। ଖାଦ୍ୟକୁ ହଜମ କରାଇବା ପାଇଁ ଏହା ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଗରମ ପାଣି ଆମ ପେଟ ମଧ୍ୟ ଦେଇ ଗତି କଲେ, ଏହା ଆମ ପାଚନ କ୍ରିୟାକୁ ବହୁତ ସରଳ ଓ ସହଜ କରିଦେଇଥାଏ। ଖାଇବା ସମୟରେ ଯଦି ଆପଣ ଗୋଟେ କପ ଗରମ ପାଣି ସେବନ କରନ୍ତି, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ବହୁଳ ଭାବରେ ପ୍ରଭାବ ପକାଇ ଥାଏ। ସକାଳୁ ଉଠି ଯଦି ଆପଣ ୨ ଗ୍ଲାସ ଗରମ ପାଣି ସେ-ବନ କରନ୍ତି, ତାହେଲେ ଏହା ଆମ ଶରୀରରୁ ଦୂ-ଷିତ ପଦାର୍ଥକୁ ବହୁତ ସହଜ ଉପାୟରେ ବାହାର କରି ଦେଇଥାଏ। ଏହାର ବିପରୀତରେ ଯଦି ଆପଣ ଥଣ୍ଡା ପାଣି ସେବନ କରନ୍ତି, ତାହେଲେ ଏହା ଆପଣଙ୍କ ପାଚନ ପ୍ରକ୍ରିୟାର ଓଲଟା କାର୍ଯ୍ୟ କରିଥାଏ।
ଗରମ ପାଣି ସେବନ କରିବା ଦ୍ଵାରା ଶରୀରର ଉତ୍ତାପ ବଢି ଯାଇଥାଏ। ଏହାଫଳରେ ଆମ ଶରୀରରୁ ଝାଳ ବାହାରିଥାଏ। ଗରମ ପାଣି ସେବନ କରିବା ଦ୍ବାରା ଆମ ଶରୀରର ଟକ୍ସିନ ଶରୀରରୁ ବାହାରି ଯାଇଥାଏ। ଏହା ସହିତ ଏହା ଆମ ଚର୍ମକୁ ବହୁତ ଶୀଘ୍ର ହାଇଡ୍ରେଟ କରି ଦେଇଥାଏ। ଗରମ ପାଣି ଆମ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏଥିପାଇଁ ବହୁତ ଲୋକଙ୍କର ଯଦି ଚୁଟିରେ ରୁପି ସମସ୍ୟା ରହିଥାଏ, ତାହେଲେ ତାହା ମଧ୍ୟ ଦୂର ହୋଇଯିବ। ଗରମ ପାଣିର ଅନେକ ଉପକାରିତା ରହିଛି। ଆପଣ ଏହାକୁ ନିୟମିତ ସେବନ କରନ୍ତୁ ଏବଂ ଏହାର ଭଲ ପ୍ରଭାବ ପାଆନ୍ତୁ।