ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜ୍ୟୋତି ଆଉ ବିଶ୍ବରଂଜନ ଗୋଟିଏ କଲେଜରେ ପାଠ ପଢୁଥିଲେ । ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ବି ଥିଲା । ଉଭୟଙ୍କ ପରିବାର ମଧ୍ୟ ପରସ୍ପରକୁ ଜାଣିଥିଲେ । ଆଉ ତାଙ୍କର ସମ୍ପର୍କ ମଧ୍ୟ ଭଲ ଥିଲା । ବିଶ୍ବରଂଜନ ଜ୍ୟୋତିକୁ ଭଲ ପାଉଥିଲା । ବିଶ୍ବରଂଜନ ମନରେ ଜ୍ୟୋତି ପ୍ରତି ପ୍ରେମ ଗଢି ଉଠିଥିଲା । ବିଶ୍ବରଂଜନ ଭାବିଥିଲା କି ଜ୍ୟୋତି ତାର ସାଙ୍ଗ ଆଉ ତାକୁ ସେ ଜାଣିଛି । ତା ସହ ସେ ପ୍ରେମ କରିବ ଆଉ ଘର ସଂସାର କରିବ ବୋଲି ଭାବିଥିଲା ।

ତାକୁ ନେଇ ଅନେକ ସ୍ବପ୍ନ ମଧ୍ଯ ଦେଖିଥିଲା । କିନ୍ତୁ ଜ୍ୟୋତି ମନରେ ବିଶ୍ବରଂଜନକୁ ନେଇ କେବଳ ବନ୍ଧୁତା ହିଁ ଥିଲା । ଜ୍ୟୋତି ଭଦ୍ରକ ଜିଲ୍ଲାର ଥିବା ବେଳେ ବିଶ୍ବରଂଜନ ସୋର ଅଞ୍ଚଳର ଥିଲା । ସୋର ଅଞ୍ଚଳରେ ଥିବା କଲେଜରେ ସେମାନେ ପାଠ ପଢ଼ୁଥିଲେ । ଆଉ ସେମାନେ ସେଠାରେ ପାଠ ପଢ଼ି ବାଙ୍ଗାଲୋର ଯାଇଥିଲେ । ସେମାନେ ଦୁଇଜଣ ବାଙ୍ଗାଲୋରରେ ଚାକିରୀ ମଧ୍ୟ ଏକାଠି କରୁଥିଲେ । ସେମାନେ ଏତେ ସମୟ ଏକାଠି ମିଶିବା ପରେ ବିଶ୍ବରଂଜନ ଜ୍ୟୋତିକୁ ବିବାହ କରିବ ବୋଲି ପ୍ରସ୍ତାବ ଦେଇଥିଲା ।

ଏହାକୁ ଶୁଣି ଜ୍ୟୋତି ବାଙ୍ଗାଲୋରରୁ ଘରକୁ ଚାଲି ଆସିଥିଲା । ଆଉ ସେପଟେ ବିଶ୍ବରଂଜନକୁ ତାର ଏକତରଫା ପ୍ରେମ ସତେ ଯେପରି ପାଗଳ କରି ଦେଇଥିଲା । ସେ ଜ୍ୟୋତିର ମାଆକୁ ଜ୍ୟୋତିକୁ ବିବାହ କରିବାକୁ କହିଥିଲା । ଆଉ ଜ୍ୟୋତିକୁ ବିବାହ ନ କରିଲେ ସେ ଆ-ତ୍ମ-ହ-ତ୍ୟା କରିଦେବ ବୋଲି କହିଥିଲା । ଜ୍ୟୋତି କି ତାଙ୍କ ପରିବାର କେହି ବି ଏହି ପ୍ରସ୍ତାବରେ ରାଜି ନଥିଲେ । ଏହାପରେ ଜ୍ୟୋତି ଏବଂ ତାଙ୍କ ପରିବାର ଲୋକ ବାଧ୍ୟ ହୋଇ ଥାନାରେ ବିଶ୍ବରଂଜନ ନାଁରେ ଅଭିଯୋଗ ଦେଇଥିଲେ ।
ଏହାପରେ ପ୍ରେମିକ ଜଣକ ଘରେ କେହି ନଥିବା ବେଳେ ପ୍ରେମିକାର ଘରକୁ ଆସି ପ୍ରେମିକା ଜ୍ୟୋତିର୍ମୟୀଙ୍କ ଗଳା କାଟି ଦେଇଥିଲା । ଏବେ ଜ୍ୟୋତିର୍ମୟୀଙ୍କ ମାଆ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଭଦ୍ରକ ଜିଲ୍ଲାକୁ ଯାଇଥିଲା ଆଉ ସେଠାରେ ବିଶ୍ବରଂଜନ ଏକ ଜଙ୍ଗଲରେ ଥିବାର ସୂଚନା ପାଇଥିଲା । ଆଉ ଶେଷରେ ପୋଲିସ ତାକୁ ଗିରଫ କରିଥିଲା । ଜଙ୍ଗଲରେ ବିଶ୍ଵରଂଜନ ବିଷ ପିଇ ଦେଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ଏହି ଅଭିଯୁକ୍ତକୁ କି ଦଣ୍ଡ ମିଳୁଛି ?