May 8, 2024, 07:57 IST

ବିଜେପି ରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ର.. ଜବାବ ରଖିଲେ ଅପରାଜିତା...

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଏବେ ମଧ୍ୟ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି।
ତାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଅପରାଜିତା ଙ୍କ ପ୍ରଚାର ମଧ୍ୟ ଯୋର୍ ଦାର ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ମଧ୍ୟ ଏବେ ଗଣମାଧ୍ୟମରେ ଖୁବ ଭିଡିଓ ଭାଇରାଲ୍ ହେଉଛି।
Hh
ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ନିର୍ବାଚନୀ ମଇଦାନ ମଧ୍ୟ ସେତେ ମାତ୍ରାରେ ଉତ୍ତେଜିତ ହେବାରେ ଲାଗିଛି। ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯେଉଁଥିରେ କି ତାଙ୍କୁ ଜଣେ ସାମ୍ୱାଦିକ ଭାଇ କହିଥିଲେ କି ତାଙ୍କର ଜନ୍ମ ଦିନ ସମୟରେ ଯେତେବେଳେ ଲୋକ ମାନଙ୍କୁ ଅପରାଜିତା ଷଡ଼ଙ୍ଗୀ ଙ୍କ ସମ୍ପର୍କରେ କିଛି ପଚାରି ଥିଲେ ସେତେବେଳେ ତାଙ୍କୁ ଲୋକମାନେ ଓଡ଼ିଶାର ମହାଲକ୍ଷ୍ମୀ ବୋଲି କହିଥିଲେ।
କିଛି ଲୋକ ମଧ୍ୟ ଏହା କହିଥିଲେ କି ସେ ହେଉଛନ୍ତି ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି। ହେଲେ ଅପରାଜିତା ଷଡ଼ଙ୍ଗୀ କେବେ ହେଲେ ମଧ୍ୟ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଜକୁ ଭାବି ନାହାଁନ୍ତି ବୋଲି କହିଥିଲେ।
Yy
ସେ କହିଥିଲେ କି ପୂର୍ବରୁ ଯେମିତି କାମ କରିଥିଲେ ଆଗାମୀ ଦିନ ମାନଙ୍କରେ ତା ଠାରୁ ଅଧିକ ଭଲ କାମ କରିବେ ବୋଲି। ତାଙ୍କର କୌଣସି ପ୍ରକାରର ପ୍ରତିଦ୍ବନ୍ଦିତା ମଧ୍ୟ କାହା ସହ ନାହିଁ। ଗତ କାଲି ଯେମିତି ଥିଲେ ତାଠୁ ସେ ଭଲ ହେବାକୁ ମଧ୍ୟ ଚାହୁଁଛନ୍ତି।
ସେଥିପାଇଁ ସେ ଖୁବ ପରିଶ୍ରମ କରିବା ସହ ଲୋକ କଲ୍ୟାଣକାରୀ କାର୍ଯ୍ୟ ମଧ୍ୟ କରୁଛନ୍ତି। ସେ ସମସ୍ତଙ୍କ ମୁହଁରେ ହସ ଆସୁ ବୋଲି ମଧ୍ୟ ଏହା ଚାହୁଁଛନ୍ତି। ସେ ଏହା ମଧ୍ୟ କହିଥିଲେ କି କେବେ ହେଲେ ମଧ୍ୟ ପଦ ପଦବୀ କି ଚୌକି ପାଇଁ ସେ କାମ କରି ନାହାଁନ୍ତି ବୋଲି।
ସବୁବେଳେ କିନ୍ତୁ ଗୋଟେ ଇଛା ତାଙ୍କର ମନରେ ଅଛି କି ନିଜର ବ୍ୟବହାର ଓ କର୍ମ ବଳରେ ହଜାର ହଜାର ଓଡ଼ିଆଙ୍କ ହୃଦୟ ର ଚୌକି ସେ ସ୍ଥାନ ଗ୍ରହଣ କରିବାକୁ ଚାହୁଁଛନ୍ତି।

Advertisement