Apr 25, 2024, 16:28 IST

ସ୍ୱାମୀଙ୍କୁ ନିର୍ବାଚନରେ ଜିତେଇ ଦେବାପାଇଁ ସ୍ଵାମୀ ମାନଙ୍କ ସହ ବୁଲୁଛନ୍ତି ସ୍ତ୍ରୀ ଦେଖନ୍ତୁ - Exclusive

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜୟ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥାକୁ ଆପଣଉଛନ୍ତି ପ୍ରାର୍ଥୀ ମାନେ। ବିଜୟର ରଥକୁ ଚଲାଇବା ପାଇଁ ସାରଥୀ ପାଲଟିଛନ୍ତି ସ୍ତ୍ରୀ ମାନେ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସମ୍ବଲପୁର ଲୋକପ୍ରିୟ ପ୍ରାର୍ଥୀ ଧର୍ମେନ୍ଦ୍ର
ପ୍ରଧାନଙ୍କ ପତ୍ନୀ ମୂର୍ଦୁଲା ଠାକୁରଙ୍କ ପ୍ରଧାନ ସ୍ବାମୀଙ୍କ ନିର୍ବାଚନ ପାଇଁ ଦିନରାତି ପରିଶ୍ରମ କରୁଥୁବା ଦେଖିବାକୁ ମିଳୁଛି। ଗତ ବର୍ଷେ ହେଲା ପ୍ରତି ଗାଁ ଗାଁ ବୁଲି ସଂଗଠନ ସଜାଡୁଛନ୍ତି। ସ୍ବାମୀଙ୍କ ବିଜୟର ବାନା ଉଡ଼ାଇବା ପାଇଁ ସ୍ତ୍ରୀ ନିଜେ ଏହାର ନେତୃତ୍ୱ ନେଇଛନ୍ତି। 
Hh
ବିକାଶ ଫାଉଣ୍ଡେସନ ହେଉ କି ନାରୀ ଶକ୍ତି ବନ୍ଧନ କାର୍ଯ୍ୟକ୍ରମ ନିୟମିତ ଆୟୋଜିତ କରୁଛନ୍ତି। ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେଓଗଡରେ ସେ ଗତ ଏକବର୍ଷ ହେବ ଏହି ଦାୟିତ୍ବ ନେଉଛନ୍ତି। ସେହିପରି ଗତ କିଛିମାସ ପୂର୍ବରୁ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା
ଖରାପ ଥିବା ସମୟରେ ତାଙ୍କର ସ୍ତ୍ରୀ ଜ୍ୟୋସ୍ନା ରାଣୀ ମିଶ୍ର ଓ ଝିଅ ଶୁଭଶ୍ରୀ ମିଶ୍ର ସଂଗଠନର ଦାୟିତ୍ଵ ନେଇଥିଲେ। ତାଙ୍କର ଅନୁପସ୍ଥିତିରେ ନେତାଙ୍କ ସହିତ ନିଜେ ଜ୍ୟୋସ୍ନା ରାଣୀ ସଂପର୍କରେ ରହି ପ୍ରଚାର କରିଥିଲେ ଏବେ ବି ଜୟଙ୍କ ସହିତ ମିଶି ପ୍ରତି ସ୍ଥାନକୁ ଯାଉଛନ୍ତି। 
ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନରେ ସାମିଲ ହେଉଛନ୍ତି। ଯାହାକି ପୂର୍ବରୁ ନିର୍ବାଚନରେ ଦେଖିବାକୁ ମିଳିନଥିଲା। ତେବେ ମହିଳା ଭୋଟ ସ୍ବାମୀଙ୍କ ପାଖକୁ କେମିତି ଆସିବ ସେ ନେଇ ଯୋଜନା କରୁଛନ୍ତି ସବୁ ସ୍ତ୍ରୀ ମାନେ।
H
ଏହା ଦ୍ୱାରା ସ୍ବାମୀ ମାନଙ୍କ ନିର୍ବାଚନ ସହଜ ହେଇଥିବା କଥା କୁହାଯାଉଛି। ଗତ ୨ଟି ନିର୍ବାଚନରେ ରେଢ଼ାଖୋଲ ବିଧାନସଭା ଆସନରୁ ବାଜି ମାରୀ ମନ୍ତ୍ରୀ ହୋଇଥିବା ରୋହିତ ପୂଜାରୀ ଏବେ ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ। 
ତେବେ ଏଠାରେ ଥିବା ପୂର୍ବ ସଂଗଠନକୁ ପୁଣିଥରେ ସକ୍ରିୟ କରିବାକୁ ସେ ଲାଗି ପଡିଛନ୍ତି। ଯେଉଁଥିରେ ସହଯୋଗର ହାତ ବଢାଇଛନ୍ତି ପତ୍ନୀ ବୈଶାଳୀ ପୂଜାରୀ। ଅନ୍ୟପଟେ ରେଙ୍ଗାଲି କଂଗ୍ରେସ ବିଧାନସଭା ପ୍ରତିଦ୍ବନ୍ଦିତା କରୁଥିବା ଦିଲ୍ଲୀପ ସୁରିଆଙ୍କ
ପତ୍ନୀ କିରୀନ ଜୟିପୁରିଆ ଏବେ ସ୍ବାମୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଉଚ୍ଚ ଶିକ୍ଷିତା କୀରିନ ଗାଁ ଗାଁ ବୁଲି ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ତେବେ ଏମିତି କିଛି ଦୃଶ୍ୟ ସମ୍ବଲପୁର ରାଜନୀତିକୁ ଆହୁରି ଦୃଢ଼ କରିଦେଇଛି।

Advertisement