ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସନୟରେ ଗୋଟେ ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କୁହା ଯାଉଛି କି ଆଗକୁ ପ୍ରଧାନମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ।
ଜାତୀୟ ଦଳ ହେବ ବିଜେଡ଼ି ଆଉ ଚାଲିବ ନବୀନ ଙ୍କ ରାଜ। ଜାତୀୟ ସ୍ତରରେ ନାହାଁନ୍ତି ନବୀନ ପଟ୍ଟନାୟକ ଙ୍କ ଭଳି ସ୍ୱଚ୍ଛ ଓ ସରଳ ବ୍ୟକ୍ତିତ୍ଵ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଯାଉଛନ୍ତି।
ରାଜ୍ୟର ଶାସନ ଭାର ସମ୍ଭାଳିବା ପରେ ଏବେ ଦେଶର ଶାସନ ଭାର ସମ୍ଭାଳିବା ପାଇଁ ଯାଉଛନ୍ତି। ନବୀନ ପଟ୍ଟନାୟକ ଙ୍କ ବାପା ବିଜୁ ପଟ୍ଟନାୟକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେଉ ହେଉ ରହି ଯାଇଥିଲେ। କାରଣ ସେତେବେଳେ ବିଜୁ ପଟ୍ଟନାୟକ ଙ୍କ ଭାଗ୍ୟ ତାଙ୍କର ସାଥ ଦେଇ ନଥିଲା।
ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁ କିଛି ଠିକ ଠାକ୍ ହୋଇ ଯାଇଥିଲା ହେଲେ ଏହାପରେ ସବୁ କିଛି ଶେଷ ମୁହୂର୍ତ୍ତ ରେ ଓଲଟ ପାଲଟ ହୋଇ ଯାଇଥିଲା।
ତାଙ୍କ ଭଳି ଆଉ କୌଣସି ନେତା ଜାତୀୟ ସ୍ତରରେ ପ୍ରଭାବଶାଳୀ ହୋଇ ପାରି ନାହାଁନ୍ତି। ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ କୌଣସି ନେତା ମାନେ ବେଶୀ ସକ୍ଷମ ହୋଇ ପାରି ନାହାଁନ୍ତି।
ଆଉ ତାଙ୍କ ବାପା ଙ୍କ ଆଶା ପୂରଣ କରିବା ପାଇଁ ଖୁବ୍ ଶୀଘ୍ର ଏବେ ନବୀନ ପଟ୍ଟନାୟକ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଲୋଚନା ଚାଲିଛି। ଏକ ତୃତୀୟ କ୍ଷମତା ଗଠନ କରି ଦେଶର ଶାସନ ଭାର ସମ୍ଭାଳିବା ପାଇଁ ଆଞ୍ଚଳିକ ଦଳ ମାନେ ଚର୍ଚ୍ଚା କରୁଛନ୍ତି।
ବିଭିନ୍ନ ଦଳର ଆଦର୍ଶ ଭିନ୍ନ ଭିନ୍ନ ହୋଇ ଥିବାରୁ ସେମାନଙ୍କ ଶାସନ ପ୍ରଣାଳୀ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ସେମାନଙ୍କ ମଧ୍ୟରୁ ଜଣେ ନେତା ଆଜି ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଯାଇ ପହଞ୍ଚି ପାରି ନାହାଁନ୍ତି।
ହେଲେ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଏଭଳି ନେତା ଯିଏକି ଜାତୀୟ ସ୍ତର ରେ ଦେଶ କୁ ଖୁବ ଭଲ ଭାବରେ ସମ୍ଭାଳି ପାରିବେ। ସେଥିପାଇଁ ଏବେ ଏନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।