Mar 5, 2024, 11:17 IST

ଏଥର ଭୋଟ ବେଳେ ଯିଏ ନୋଟ୍ ବାଣ୍ଟିବ...ସେ ଆଇନ ଅନୁସାରେ ସିଧା ଯିବ ଜେଲ୍

Yhi

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
Hj
ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। ଅର୍ଥାତ୍ ଏଣିକି ସେମାନଙ୍କୁ ଏହି ମାମଲାରେ ଆଇନଗତ ସୁରକ୍ଷା ମିଳିବ ନାହିଁ ।
ଏହାସହ ସୁପ୍ରିମକୋର୍ଟ ୧୯୯୮ରେ ଦେଇଥିବା ନିଷ୍ପତିକୁ ବି ବଦଳାଇଛନ୍ତି। ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ସୋମବାର ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। 
Hnn
ଏପରିକି ଏସଂପର୍କିତ ୧୯୯୮ର ରାୟକୁ ବଦଳାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।ସମ୍ବିଧାନର ଧାରା ୧୦୫ର ସେକ୍ସନ ୨ରେ ସାଂସଦ ଓ ବିଧାୟକଙ୍କ ପାଇଁ ବିଶେଷ ବ୍ୟବସ୍ଥା ରହିଛି। ସଂସଦ ଓ ବିଧାନସଭାରେ ସ୍ୱାଧୀନ ଓ ଭୟଶୂନ୍ୟ ହୋଇ ଭୋଟ୍ ଦେବା କିମ୍ବା କୌଣସି ପ୍ରସଙ୍ଗରେ ମତ ରଖିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି।
ଏହି ଆଧାରରେ ସାଂସଦ ଓ ବିଧାୟକଙ୍କୁ ବିଶେଷ ସୁରକ୍ଷା ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚିତ ଜନପ୍ରତିନିଧି ଲାଂଚ ନେବା ଘଟଣା ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ। ଯେକୌଣସି କାମ ପାଇଁ ଲାଂଚ ନେବା ଅପରାଧିକ କାର୍ଯ୍ୟ। 
ତେଣୁ ଏଥିରୁ କାହାରିକୁ ଆଶ୍ୱସ୍ତି ଦେବା ସମ୍ବିଧାନ ବିରୋଧୀ। ୧୯୯୩ରେ ନରସିଂହ ରାଓ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ୪ ଜଣ ସାଂସଦ ଟଙ୍କା ନେଇ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୧୯୯୮ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ, ସାଂସଦମାନଙ୍କୁ ଆଶ୍ୱସ୍ତି ଦେଇଥିଲେ।
ହେଲେ ୨୫ ବର୍ଷ ପରେ କୋର୍ଟ ନିଜ ପୂର୍ବ ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି। ୨୦୧୨ରେ ସେହି ଜେଏମଏମର ବିଧାୟିକା ସୀତା ସୋରେନଙ୍କ ବିରୋଧରେ ଭୋଟ ପାଇଁ ଟଙ୍କା ଅଭିଯୋଗ ହୋଇଥିଲା। ହେଲେ ସେ ମଧ୍ୟ ସମ୍ବିଧାନର ଧାରା ୧୦୫ ଓ ୧୯୪ର ଦ୍ୱାହି ଦେଇ କାର୍ଯ୍ୟାନୁଷ୍ଠାନରୁ ବର୍ତି ଯାଇଥିଲେ।

Advertisement