Updated: Apr 3, 2024, 02:32 IST

ଆଗରୁ କହୁଥିଲେ ଓଲିଉଡ ବଞ୍ଚେଇବି, ସତ୍ୟାଗ୍ରହ କରିବି...ଏବେ ରାଜନୀତି ରେ ପଶି କହିଲେଣି ଜୟ କୋଶଳ, ମନୋଜ ଙ୍କ ନୂଆ ରୂପ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ମନୋଜ୍ ମିଶ୍ର ଗତ କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା।
ହେଲେ ଏବେ ସେ ପୁଣି ଥରେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ ଏବେ କଂଗ୍ରେସ ର ପ୍ରାର୍ଥୀ ଭାବରେ ଲଢେଇ କରିବାକୁ ଯାଉଛନ୍ତି। ସେଥିପାଇଁ ସେ କହିଥିଲେ କି ସେ ଏଥର ଇଲେକ୍ସନ ଲଢ଼ୁ ନାହାଁନ୍ତି,
Hh
ବରଂ ତାଙ୍କ ସହ ପଶ୍ଚିମ ଓଡ଼ିଶାର ସମସ୍ତ ଲୋକମାନେ ଏହି ନିର୍ବାଚନ ଲଢିବା ପାଇଁ ଯାଉଛନ୍ତି। ତାଙ୍କ ପାଇଁ ମଧ୍ୟ ଲୋକ ମାନେ ଖୁବ୍ ଉତ୍ସାହିତ ଥିବା କଥା ମଧ୍ୟ ସେ କହିଥିଲେ।
କାରଣ ତାଙ୍କର ବିଶ୍ଵାସ ଅଛି କି ମନୋଜ୍ ମିଶ୍ର ସେମାନଙ୍କ କଥା ଯେମିତି ହେଲେ ମଧ୍ୟ ବୁଝିବେ। ସେ କହିଥିଲେ କି ନଭେମ୍ବର ଓ ଡିସେମ୍ବର ମାସରୁ ସେ ପଶ୍ଚିମ ଓଡ଼ିଶା ରେ ଅନେକ ସ୍ଥାନ ମାନଙ୍କରେ ଖୁବ ବୁଲାବୁଲି ମଧ୍ୟ କରିଛନ୍ତି।
ସେ ପଶ୍ଚିମ ଓଡ଼ିଶାରେ ଗାଁ ଗାଁ ବୁଲିବା ପରେ ବହୁତ ଲୋକ ମାନଙ୍କ ପାଖକୁ ମଧ୍ୟ ସେ ଯାଇଛନ୍ତି। ଯେଉଁଠାରେ କୁହା ଯାଉଛି କି ଯୋଜନା ଉପରେ ଯୋଜନା ହେଉଛି ହେଲେ ତାଙ୍କ ନିକଟରେ କୌଣସି ହେଲେ ମଧ୍ୟ ଯୋଜନା ଆଦୌ ପହଞ୍ଚି ପାରି ନାହିଁ।
Bb
ବଲାଙ୍ଗୀର ଜିଲ୍ଲାରେ ସବୁଠୁ ବଡ଼ ଅସୁବିଧା ହେଉଛି ଦାଦନ। ଚାଷୀ ମାନଙ୍କର ମଧ୍ୟ ସେଠାରେ ଅନେକ ଅସୁବିଧା ରହିଛି। କାରଣ ଚାଷ ଜମି ବର୍ତ୍ତମାନ୍ ସୁଖା ହୋଇ ପଡିଛି।
ତାଙ୍କ ନିକଟକୁ ପାଣି ପହଞ୍ଚିଲେ ହିଁ ସେମାନେ ଚାଷ କରନ୍ତେ। ଏଭଳି ସେମାନଙ୍କର ମଧ୍ୟରେ ଅନେକ ସମସ୍ୟା ରହିଛି। ଯାହା ପାଇଁ ତାଙ୍କୁ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି।
ସେଥିପାଇଁ ଏହି ସବୁ ସମସ୍ୟାର ସମାଧାନ କରିବାକୁ ହେଲେ ଆମକୁ ଲୋକ ମାନଙ୍କ ପାଖକୁ ଯିବା ପାଇଁ ପଡିବ ବୋଲି ମନୋଜ୍ ମିଶ୍ର କହିଥିଲେ। ଆଉ ଏହି ସବୁ ସମସ୍ୟାର ସେ ସମାଧାନ କରିବେ ବୋଲି ଆଶା କରୁଛନ୍ତି।

Advertisement