Updated: Mar 7, 2024, 08:18 IST

ବିପକ୍ଷ ରେ କେହି ଏମିତି ନାହାନ୍ତି ଯିଏ ନବୀନ ଙ୍କୁ ହରେଇବ...କଣ ଏଥର ଓଡ଼ିଶା ରେ ଏବେ ବି ଚାଲିବ ନବୀନ ରାଜ ?

Yy

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସାଧାରଣ ତଥା ବିଧାନସଭା ନିର୍ବାଚନ ପ୍ରକ୍ରିୟା।ଏଥିପାଇଁ ମଇଦାନ ରେ ଦମ୍ ଦେଖାଇବାକୁ ରଣନୀତି ଆଙ୍କୁଛନ୍ତି ସବୁ ଦଳ।
ଏହାରି ଭିତରେ କିନ୍ତୁ ଏକ ତରଫା ବିଜୟ ଲକ୍ଷ୍ୟ ରେ କାର୍ଯ୍ୟ ଜାରି ରଖିଛି ବିଜେଡି।ପୌର ଏବଂ ପଞ୍ଚାୟତ ଭୋଟ ସଂଖ୍ୟା ଅତିକ୍ରମ କରିବାକୁ ଯୋଜନା କରିଛି ଶଙ୍ଖ ପାର୍ଟି। 
Bb
ପ୍ରାକ୍ ନିର୍ବାଚନୀ ସର୍ଦ୍ଭେ ରିପୋର୍ଟ ଗୁଡ଼ିକ ବିଜେଡି ସପକ୍ଷ ରେ ଯାଇଥିବା ବେଳେ ବିରୋଧୀ ଦଳ ଦିନକୁ ଦିନ ବଳ ହୀନ ହୋଇ ପଡ଼ୁଥିବା କୁହାଯାଉଛି।ଏଥି ସହିତ ବିରୋଧୀ ନେତା ଙ୍କ ଶଙ୍ଖ ଦଳ ରେ ମିଶ୍ରଣ ଦଳ ର ବିଜୟ ରଥ କୁ ଆଗେଇ ନେଉଥିବା ବେଳେ ବିଜେଡ଼ି ସପକ୍ଷ ରେ ଯେଉଁ ଉଚ୍ଚ ଲହରୀ ସୃଷ୍ଟି ହୋଇଛି ତାକୁ ଛୁଇଁବା ଦୂର ର କଥା ମୁଣ୍ଡ ଉଠାଇ ଦେଖିବାକୁ ମଧ୍ୟ ବିରୋଧୀ ଅସମର୍ଥ ହୋଇ ପଡିଥିବା ରାଜନୀତିକ ମହଲ ରେ ଚର୍ଚ୍ଚା ହେବାରେ ଲାଗିଛି।
ବିଜେଡି ର ରଣନୀତି ଆଗରେ ବିରୋଧୀ ଫିକା।ଏକତରଫା ଜିତିବାକୁ ନକ୍ସା ଅଙ୍କନ କରୁଛି ଶଙ୍ଖ ଦଳ।ରୂପାନ୍ତରଣ ସାରଥି ଙ୍କୁ ରୋକିବାରେ ବିରୋଧୀ ଦଳ ଅସମର୍ଥ।ଆଗାମୀ ସାଧାରଣ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା।
6h
ବିଶେଷ କରି ପ୍ରସ୍ତୁତି କ୍ଷେତ୍ର ରେ ବେଶ ଆଗରେ ରହିଛି ବିଜେଡି।ଏକତରଫା ବିଜୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ।
ସବୁଠାରୁ ବଡ଼ କଥା ହେଉଛି ଯେ ନିକଟ ପ୍ରକାଶ ପାଇଥିବା ଜାତୀୟ ସର୍ଭେ ଗୁଡ଼ିକ ମଧ୍ୟ ବିଜେଡି ସପକ୍ଷ ରେ ଯାଇଛି।ଏପରିକି ପୂର୍ବ ଅପେକ୍ଷା ଚଳିତ ନିର୍ବାଚନ ରେ ଶଙ୍ଖ ଦଳ ର ଐତିହାସିକ ବିଜୟ ସୁନିଶ୍ଚିନ୍ତ ବୋଲି ସର୍ଭେ ରିପୋର୍ଟ ଗୁଡ଼ିକ ଦର୍ଶାଇ ସାରିଛନ୍ତି।
ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement