Updated: Mar 24, 2024, 10:22 IST

ନିର୍ବାଚନ ଆଗରୁ ସୁର କରିଦେଲେ ଭବିଷ୍ୟତ ବାଣୀ..ଯେଉଁ ଦଳ ଟିକେଟ ଦେଉ, ମୋ ପୁଅ ହିଁ ଜିତିବ...

Vb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ।ସେ ଯେତେବେଳେ ବି ଯେଉଁଠି ବି କିଛି କହିଥାନ୍ତି ତାଙ୍କ କଥାରେ ସମସ୍ତ ଲୋକ ହସିଥାନ୍ତି ଓ ତାଙ୍କ କଥା ଏକ ପ୍ରକାର ଗୋଟେ ଡ଼ାଇଲଗ୍ ହୋଇଯାଏ।
ଏବଂ ଏଥିପାଇଁ ସୁର ଭାଇ ସବୁଆଡେ ଫେମଶ ହୋଇଯାଇଛନ୍ତି।ଏବଂ ତାଙ୍କ ଭିଡିଓ ମଧ୍ୟ ବହୁତ ଭାଇରାଲ ହୋଇଥାଏ।ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।
Bb
ବର୍ତମାନ କିନ୍ତୁ କଂଗ୍ରେସ ନେତା ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ପୁଅ ମନ୍ମଥ ଜିତି ଯାଇଛନ୍ତି।ସେ କହିଛନ୍ତି ଯେ ତାଙ୍କ ପୁଅ ଙ୍କ ର କାପାଶିଟି ଅଛି କଂଗ୍ରେସ ରେ ଛିଡ଼ା ହୋଇଥିଲେ ଅଥବା ବିଜେପି ରେ ଛିଡ଼ା ହୋଇଥିଲେ ନଚେତ୍ ବିଜେଡି ରେ ଛିଡ଼ା ହୋଇଥିଲେ ମଧ୍ୟ ନିଶ୍ଚୟ ଜିତି ଥାନ୍ତେ।
ଶାନ ପୁଅ ମନ୍ମଥ ଙ୍କ ପାଇଁ ଜଟଣୀ ରେ ଆଦିବାସୀ, ହରିଜନ,ମହିଳା,ମୁସଲମାନ, ଖିର୍ଷ୍ଟିଆନ ଯେଉଁ ମାନେ ୫୦ ବର୍ଷ ହେଲାଣି ସୁର ରାଉତ ରାୟ ଙ୍କ ସହିତ ଥିଲେ ସେମାନେ ଏକାଠି ହୋଇଥିଲେ।
Gg
ସେମାନଙ୍କୁ ସୁର ରାଉତ କହିଥିଲେ ଯେ ତାଙ୍କୁ ୮୦ ବର୍ଷ ହୋଇଗଲାଣି ସେଥିପାଇଁ ସେ ଆଉ ଛିଡ଼ା ହେବେ ନାହିଁ।କିନ୍ତୁ ମଲା ପର୍ଯ୍ୟନ୍ତ କଂଗ୍ରେସ ରେ ରହିବେ।କଂଗ୍ରେସ ର କାମ କରିବେ।ଯେପରି ଦୁଃଖ ସୁଖ ରେ,ଯାତ୍ରା,ମେଳା,ଉତ୍ସବ ଏବଂ କାମ ରେ ଯୋଗ ଦେଉଥିଲେ ସେପରି କରିବେ।
ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ମନ୍ମଥ ବିଜେଡି ରେ ମିଶିବେ ବୋଲି ଚର୍ଚ୍ଚା ହେଉଛି ପଚାରି ଥିଲେ ସେତେବେଳେ ସୁର ରାଉତ ରାୟ କହିଥିଲେ ଯେ ଦଳ ର ଟିକେଟ ବାହାରି ନାହିଁ।
ସେମିତି କିଛି ଏ ପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement