Apr 4, 2024, 12:03 IST

ବିକଳ ହେଇ ଡାକିଲେ ବଡ଼ଭାଇ.. ଟିକେଟ ଚିରି ପଳେଇଆ ସାନ ଭାଇ..

Ty

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସୁର ରାଉତରାୟ ଙ୍କ ପରିବାର କୁ ନେଇ ସବୁ ଆଡେ ଚର୍ଚ୍ଚା।ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ଯୋଗ ଦେବା ପରେ ସୁର ରାଉତରାୟ କଂଗ୍ରେସ ଦଳ ରୁ ବାହାରି ଯାଇ ଥିଲେ।
ସାନ ପୁଅ ର ଏଭଳି କାର୍ଯ୍ୟ ସୁର ରାଉତରାୟ ଓ ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଙ୍କୁ ପସନ୍ଦ ଆସି ନ ଥିଲା।ଆଜି ପୁଣି ଥରେ ସେହି କଥା କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି।ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
Hb
ସୂଚନା ଅନୁସାରେ ସୁର ରାଉତରାୟ ଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ରେ ଯୋଗ ଦେଇଥିଲେ।ଏହା ପରେ ତାଙ୍କୁ ବିଜେଡି ଦଳ ଲୋକ ସଭା ଆସନ ର ପାର୍ଥି ରୂପେ ଘୋଷଣା କରା ଯାଇ ଥିଲା।ଏହାକୁ ସିଦ୍ଧାର୍ଥ ରାଉତରାୟ ପସନ୍ଦ କରି ନ ଥିଲେ।
ସେ କହି ଥିଲେ କି ଯଦି ଦେବାର ଥିଲା ବିଧାୟକ ପଦବୀ ଦେଇ ଥାଆନ୍ତେ।ଏପରି ଲୋକ ସଭା ଆସନ ଦେଇ ସେମାନେ କିଛି ବି ଠିକ୍ କରି ନାହାନ୍ତି।ଏବେ ବି ସମୟ ଅଛି ତାଙ୍କ ଭାଇ କଂଗ୍ରେସ କୁ ଫେରି ଆସୁ।ସେହି ଟିକେଟ କୁ ଚିରି ଫୋପାଡି ଦେଉ।
ସେ ଆହୁରି ମଧ୍ୟ କହିଛନ୍ତି କି ଆମ ପରିବାର ର କିଛି ସମ୍ମାନ ରହିଛି।ଆମେ କଂଗ୍ରେସ ଦଳ ରେ ବହୁତ ବର୍ଷ ଧରି ରହିଛୁ।ତେବେ ବିଜେଡି ଛାଡି ଦେବାକୁ ସେ ନିଜ ସାନ ଭାଇ କୁ କହିଛନ୍ତି।କଂଗ୍ରେସ ଦଳ ପକ୍ଷରୁ ଜଟଣୀ ରେ ତୁ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିବୁ।ଏଥିରେ ବହୁତ ଶାନ୍ତି ମିଳିବ।
Hh
ଓଡ଼ିଶା ରେ ଗରିବ ସଂଖ୍ୟା ବଢ଼ି ଚାଲିଛି।ଲୋକ ମାନେ ପାଞ୍ଚ ଟଙ୍କିଆ ଚାଉଳ ନେଇ ନବୀନ ସରକାର ଙ୍କୁ ଭୋଟ ଦେଇ ଦେଉଛନ୍ତି।ହେଲେ ସେଥିରେ ସରକାର କେତେ ତାଙ୍କୁ ଠକି ଦେଉଛନ୍ତି ସେ କଥା କେହି ଜାଣି ପାରୁ ନାହାନ୍ତି।
କୌଣସି ରାଜନୈତିକ ଦଳ ଇଚ୍ଛା କରୁ ନାହାନ୍ତି ଓଡ଼ିଶା ରେ ଗରିବ ହଟେଇବା ପାଇଁ।ଆମ ରାଜ୍ୟ ରେ ବହୁତ ଦୁର୍ନୀତି ହେଉଚି।ସେହି ଦୁର୍ନୀତି କୁ ଆମକୁ ବାହାରକୁ ଆଣିବାକୁ ପଡ଼ିବ।
ଲୋକ ମାନେ ସଚେତନ ହୁଅ ବୋଲି କହିଛନ୍ତି ସିଦ୍ଧାର୍ଥ ରାଉତରାୟ।ସେ ଏ ସମାଜ ପାଇଁ କିଛି କାମ କରିବା ପାଇଁ ଚାହୁଁଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement