Updated: Jun 18, 2024, 23:42 IST

ନୂଆ ସରକାର ଆସୁ ଆସୁ ତେଲ ମାରିବାକୁ ଲାଗିଲେ ସୁର : ହେ ଆମ ମୁଖ୍ୟମନ୍ତ୍ରୀ ସେ.. ଆଦିବାସୀ ଲୋକ ଟା.. ସଫା ହୃଦୟ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆମ ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଲୋକ ଙ୍କ ଦୁଃଖ ସୁଖ ବୁଝିବା ପାଇଁ ଏବେ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ଯାଉଛନ୍ତି।ତେବେ ଏ ନେଇ ସୁର ରାଉତରାୟ ନିଜ ମତ ପ୍ରକାଶ କରିଛନ୍ତି।
Special report
ମୋହନ ମାଝି ନିକଟରେ ଚାଷୀ ଙ୍କ ଦୁଃଖ ବୁଝିବା ପାଇଁ ବରଗଡ ଯାଇ ଥିଲେ।ଚାଷୀ ମାନଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ସେ ଘୋଷଣା କରି ଥିଲେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଆଜି ସୁର ରାଉତରାୟ ଏ ନେଇ ମୁହଁ ଖୋଲିଛନ୍ତି।ସେ କହିଛନ୍ତି କି ନବୀନ ପଟ୍ଟନାୟକ ପରି ମୋହନ ମାଝି କେବେ ବି ହୋଇ ପାରିବ ନାହିଁ।ସେ ଏବେ ଯୁବକ ଅଛି।
ଯଦି କିଛି କାମ କରିବାର ଅଛି ତେବେ ଛତିଶଗଡ ଯେଉଁ ମହାନଦୀ ପାଣି କୁ ବନ୍ଦ କରି ରଖିଛି।ଓଡ଼ିଶା ଆସିବାକୁ ଦେଉ ନାହିଁ।ତାହାକୁ ଜଲଦି ଆଣନ୍ତୁ।ମହାନଦୀ ଉପରେ ବନ୍ଧ ତିଆରି କରା ଯାଉ।ଯାହା ଦ୍ଵାରା ଓଡ଼ିଶା ର ଲୋକମାନେ ଠିକ୍ ଭାବରେ ଚାଷ କରି ପାରିବେ।
Special report
ଏବେ ଜଳ ସ୍ତର କମି ଯାଇଛି।ନଦୀ ପୋଖରୀ ସବୁ ଶୁଖି ଯାଇଚି।ଲୋକ ମାନଙ୍କ ର ବହୁତ ଅସୁବିଧା ହେଉଚି।ତାହାକୁ ଜଲଦି ଦୂର କରା ଯାଉ।ମୋହନ ବାବୁ ଓଡ଼ିଶା ର ବିକାଶ କରନ୍ତୁ।
ଖାଲି କଥା ନୁହେଁ।କାମ ରେ କରନ୍ତୁ ବୋଲି ସୁର ରାଉତରାୟ କହିଥିଲେ।ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ କାଳ ଓଡ଼ିଶା ର ବହୁତ ଉନ୍ନତି କରିଛି।ଏବେ ସମୟ ବଦଳି ଯାଇଚି।ଲୋକ ମାନେ ନୂଆ ନେତା ଖୋଜିଛନ୍ତି।ତେବେ ଯାହା ବି ହେଉ ଲୋକ ଙ୍କ ର ଉନ୍ନତି ହେଉ।
ମୋହନ ମାଝି ଚାଷୀ ଙ୍କୁ ୩ ହଜାର ଭତ୍ତା ଦେବେ।ତେବେ ଏସବୁ ରାଜକୋଷରୁ ଯିବ।ମୁଖ୍ୟ ମନ୍ତ୍ରୀ ଙ୍କ ହାତ ରୁ କିଛି ଯିବ ନାହିଁ।ଆମରି ପଇସା ସେମାନେ ଆମକୁ ଦେବେ।ବୋଲି କହିଛନ୍ତି ସୁର ରାଉତରାୟ।
ତେବେ ଏଥର ସୁର ରାଉତରାୟ କୌଣସି ଦଳ ପକ୍ଷର ନେତା ନୁହନ୍ତି।ଦୀର୍ଘ ଦିନ ଧରି ସେ କଂଗ୍ରେସ ଦଳ ରେ ଥିଲେ।ହେଲେ ପରେ ତାଙ୍କୁ ଦଳ ରୁ ବିଦା କରା ଯାଇ ଥିଲା।

Advertisement