Apr 8, 2024, 08:20 IST

ସୁର ନିଜ ପୁଅ ପାଇଁ କଲେ ବିଶାଳ ଆକାର ରେ ପ୍ରଚାର..ସବୁ ଲୋକ ମୋ ପୁଅ କୁ ଭୋଟ ଦେବ, ହେଲା..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ତଳେ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ମିଶି ଛନ୍ତି।ଏହା ପରେ ପରେ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ିବା ପାଇଁ ସୁଯୋଗ ଦିଆ ଯାଇ ଥିଲା।
ଏବେ ସେହି କଥା କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଚି।ସମସ୍ତେ ଭାବୁ ଥିଲେ ସୁର ରାଉତରାୟ ଙ୍କ ପୁଅ ଜଟଣୀ ରୁ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ।ହେଲେ ସେ ପରେ ବିଜେଡି ରେ ଯୋଗ ଦେଲେ।ସେ ସମୟ ରେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲୁ ରହିଥିଲା।
Fg
ବର୍ତ୍ତମାନ ସମୟ ରେ ଏକ ନୂଆ ଖବର ଦେଖିବାକୁ ମିଳିଚି।ଗତ କାଲି ସକାଳେ ଭୁବନେଶ୍ୱର ର ବୁଦ୍ଧ ପାର୍କ ରେ ବାପା ସୁର ରାଉତରାୟ ଓ ପୁଅ ମନ୍ମଥ ରାଉତରାୟ ଙ୍କୁ ଏକାଠି ଦେଖିବାକୁ ମିଳିଛି।ଅନେକ ବିଜେଡି କର୍ମୀ ମାନଙ୍କ ସହିତ ସେମାନେ ସେଠାରେ ପହଞ୍ଚି ଥିଲେ।
ଲୋକ ଙ୍କ ପାଖକୁ ଯାଇ ସମସ୍ତ ଙ୍କୁ ଭୋଟ ମାଗି ଥିଲେ।ସୁର ରାଉତରାୟ କହିଥିଲେ କି ମୋ ପୁଅ କୁ ଜିତାଇ ଦିଅ।ମୁଁ ଗୋଟେ ବାପ ହିସାବ ରେ ସବୁବେଳେ ମୋ ପୁଅ ସହ ରହିଛି।ଆଗକୁ ମଧ୍ୟ ରହିବି।ମୋର ସମର୍ଥନ ରହିଛି।ମୋ ପୁଅ ପଛରେ ଏତେ ଲୋକ ଙ୍କୁ ଦେଖି ମୁଁ ବହୁତ ଖୁସି ଅଛି।
Hh
ତେବେ ବର୍ତ୍ତମାନ ସମୟ ରେ କଂଗ୍ରେସ ଦଳ ରୁ ବିଦାୟ ନେଇଛନ୍ତି ସୁର ରାଉତରାୟ।କିଛି ଦିନ ତଳେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଗଣ ମାଧ୍ୟମ ଆଗରେ ଏପରି କିଛି କଥା କହି ଦେଇ ଥିଲେ। ଯେଉଁଥିରୁ ସ୍ପଷ୍ଟ ରୂପେ ଜଣା ପଡୁ ଥିଲା କି ତାଙ୍କ ଭାଇ ବିଜେଡ଼ି ରେ ଯୋଗ ଦେବା ପରେ ତାଙ୍କୁ ବହୁତ କଷ୍ଟ ଦେଇଚି।
ସମସ୍ତେ ଚାହୁଁ ଥିଲେ ସେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ୁ।କିନ୍ତୁ ତାହା ହୋଇ ପାରିଲା ନାହିଁ।ଏବେ ବାପା ସୁର ରାଉତରାୟ ମଧ୍ୟ ସାନ ପୁଅ କୁ ସମର୍ଥନ କରୁଛନ୍ତି।ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ବିଜେଡି ଦଳ ର କର୍ମୀ ମାନେ ମଧ୍ୟ ମନ୍ମଥ ରାଉତରାୟ ଙ୍କୁ ସମର୍ଥନ କରିଛନ୍ତି।ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନ ରୁ ଜିତାଇବା ପାଇଁ ସମସ୍ତେ ଜୋର୍ ସୋର ରେ ଲାଗି ପଡିଛନ୍ତି।ତେବେ ଆଗକୁ ଦେଖିବାକୁ ବାକି ରହିଲା କିଏ ଏହି ନିର୍ବାଚନ ରେ ବିଜୟ ହାସଲ କରୁଛି।

Advertisement