ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣି ପାରୁଥିବେ କି ନିର୍ବାଚନ ଯେତିକି ପାଖେଇ ଆସୁଛି କ୍ଷମତାରେ ଥିବା ସରକାର ଙ୍କୁ ନେଇ ସେତିକି ଚର୍ଚ୍ଚା ହେବାରେ ଲାଗିଛି।
ନିଜେ କଥାରେ ହିଁ ଏବେ ସେମାନେ ନିଜେ ହିଁ ଫସି ଯାଉଛନ୍ତି। ଆଜ୍ଞା ହଁ ଏବେ ଏଭଳି କିଛି ବିଜେଡ଼ି ରେ ଦେଖିବାକୁ ମିଳିଛି। ସେମାନେ କଥା ଭୋଳ ରେ କେତେବେଳେ ଯେ କଣ କହୁଛନ୍ତି ତାହା ସମ୍ପର୍କରେ ସେ ନିଜେ ମଧ୍ୟ ଅବଗତ ନାହାଁନ୍ତି।
ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଶଂସା କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। କାରଣ ତାଙ୍କୁ ଏବେ ଶ୍ରୀ ଜଗନ୍ନାଥ ଙ୍କ ସହ ତୁଳନା କରାଯାଇଛି।
ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଜଗନ୍ନାଥ ହେଉଛନ୍ତି ନବୀନ ପଟ୍ଟନାୟକ।ଆଉ ସେ ଏହା ସମସ୍ତଙ୍କ ସମ୍ମୁଖରେ କହିଥିବାର ନଜର ଆସିଛନ୍ତି। ଏଭଳି କହିବା ପରେ ତାଙ୍କୁ ଖୁବ ସମାଲୋଚନା ର ଶିକାର ମଧ୍ୟ ହେବା ପାଇଁ ପଡିଛି।
କାରଣ ସେ ମୁଖ୍ୟମନ୍ତ୍ରୀ ଙ୍କ ତୁଳନା ଶ୍ରୀ ଜଗନ୍ନାଥ ଙ୍କ ସହ କରି ଦେଇଛନ୍ତି। ଏବେ ଏହାକୁ ନେଇ ରାଜନୀତି ସରଗରମ ହେବା ସହ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଅମର କହିଛନ୍ତି କି ନବୀନ ହେଇଛନ୍ତି ସ୍ଵୟଂ ଜଗନ୍ନାଥ।
କିଛି ଦିନ ତଳେ କାମ୍ୟା ଯାନି ଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇବା କଥାକୁ ନେଇ ଚର୍ଚ୍ଚାରେ ରହିଥିଲା ବିଜେଡ଼ି। ଆଉ ଏବେ ପୁଣି ଶ୍ରୀ ଜଗନ୍ନାଥ ଙ୍କ ସହ ତୁଳନା କୁ ନେଇ ଚର୍ଚ୍ଚାରେ ରହିଛି।
ଯାହାଦ୍ବାରା ବିଜେଡ଼ି ଏବେ ନିଜ ବୟାନ ରେ ହିଁ ଫସିବାରେ ଲାଗିଛି ବିଜେଡ଼ି ନେତାଙ୍କ ଏଭଳି ଭୁଲ୍ ଏବେ ତାଙ୍କୁ ମହଙ୍ଗା ପଡିଛି। ନିଜ କ୍ଷମତା ବଳରେ ସେମାନେ କେଉଁଟା ଠିକ ଓ କୋଉଟା ଭୁଲ ତାହା ସେମାନେ ଆଦୌ ଜାଣି ପାରୁ ନାହାଁନ୍ତି।
କୋଉଠି କଣ କୁହାଯିବା ଉଚିତ ଓ ଅନୁଚିତ୍ ତାହା ମଧ୍ୟ ସେମାନେ ଜାଣି ପାରୁ ନାହାଁନ୍ତି। ତେବେ ଆପଣ ମାନେ ଏହାକୁ ନେଇ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।