ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଣ୍ଡିଆର ଡୋର ନିଜ ହାତରେ ରଖିବାକୁ ଚାହୁଁଛନ୍ତି ମମତା ବାନାର୍ଜୀ। ମେଣ୍ଟ ରୁ ଦୂରେଇ ସେ ଏବେ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିଜର ପତିଆରା ଜାହିର କରିଛନ୍ତି ମମତା।
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ରେ କଂଗ୍ରେସ ଇଣ୍ଡିଆ ସହଯୋଗୀ ଦଳଙ୍କ କଥା ଭୁଲି ଯାଇ ଏକା ଲଢ଼ିଥିଲା। ଫଳରେ ଚାରୋଟି ରାଜ୍ୟ ରେ ମୁହଁ ମାଡି ତଳେ ପଡ଼ି ଯାଇଥିଲା ଆଉ ହାର ର ସାମ୍ନା କରିବାକୁ ପଡ଼ିଥିଲା।
ମମତା ବାନାର୍ଜୀ ମଧ୍ୟ କଂଗେସ ପ୍ରତି ନିଜର କଠୋର ମନବୃତି ଦର୍ଶାଇ ଥିଲେ। ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମମତା ବାନାର୍ଜୀ ଙ୍କୁ କଟାକ୍ଷ କରି କହିଥିଲେ ଆଉ ଅନେକ କଥା ତାଙ୍କ ବିରୁଦ୍ଧରେ କହିଥିଲେ।
ମମତା ଓ ଅଖିଳେଶ ଯାଦବ ଙ୍କ ନିକଟତର ଏବେ କଂଗ୍ରେସ ପାଇଁ ଖୁବ୍ ସମସ୍ୟା ସୃଷ୍ଟି କରି ପାରେ। ପାଞ୍ଚ ଟି ରାଜ୍ୟରେ କଂଗ୍ରେସ ଲଢ଼ୁଥିବା ବେଳେ ଯେଉଁ ଚାରୋଟି ରାଜ୍ୟରେ କଂଗ୍ରେସ ହାରି ଯାଇଥିଲା।
ଆଉ ଏହା ମମତା ବାନାର୍ଜୀ ଙ୍କ ପାଇଁ ବହୁତ୍ ବଡ଼ ସୁଯୋଗ ବୋଲି କୁହା ଯାଇଛି। ସୁଚନା ଅନୁସାରେ ମମତା ତାଙ୍କ ନେତା ମାନଙ୍କୁ ଏହା ସ୍ପଷ୍ଟ କରିଛନ୍ତି କି ରାଜନୈତିକ ଦୃଷ୍ଟିରେ ଲୋକସଭା ଓ ରାଜ୍ୟସଭା ଅର୍ଥାତ ସଂସଦ ଭିତରେ ପଶ୍ଚିମବଙ୍ଗର ମୂଖ୍ୟ ବିରୋଧୀ
ବିଜେପି ବିରୋଧରେ ବିରୋଧୀ ଏକତାର ଅଂଶ ହେବା ଉଚିତ। ହେଲେ ସଂସଦ ବାହାରେ ନୁହେଁ। ଏବେ ଟିଏମସି ଖଡଗେ ଙ୍କ ଘରେ ହୋଇଥିବା ବୈଠକରୁ ଦୂରେଇ ରହିଛି।
ବାସ୍ତବରେ ମମତା ଇଣ୍ଡିଆ ମିଳିତ ମଞ୍ଚରେ ନିଜର ପ୍ରଭାବ ବଢାଇବା ରେ ଲାଗିଛି। କଂଗ୍ରେସ ଉପରେ ରାଗ ରଖିଥିବା ଦଳ ମାନଙ୍କୁ ସେ ନିଜ ସପକ୍ଷରେ କରିବାକୁ ଚାହୁଁଛନ୍ତି।
ଯାହା ଫଳରେ କି ସିଟ ବାଣ୍ଟିବା କ୍ଷେତ୍ରରେ କଂଗେସ କୁ ଚାପରେ ରଖାଯାଇ ପାରିବ ଆଉ ଏହା ଏବେ ଅନୁମାନ କରାଯାଉଅଛି। ତେବେ ଆପଣଙ୍କୁ ଏହା ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।