ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।୫ ଟି ସଚିବ ଭାବେ ଜଣା ଶୁଣା ଏହି ବ୍ୟକ୍ତି ଜଣକ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଆଗରୁ ଜଣେ ପ୍ରଶାସନିକ ଅଧିକାରୀ ଥିଲେ।
ଏହା ପରେ ତାଙ୍କୁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସଚିବ ରୂପେ ନିଯୁକ୍ତି ଦେଇ ଥିଲେ।ଏହା ପର ଠାରୁ ସେ କେବେ ହେଲେ ପଛକୁ ଫେରି ଚାହିଁ ନାହାନ୍ତି।ଆଜି ପୁଣି ଥରେ ସେ ଚର୍ଚ୍ଚା ରେ ଅଛନ୍ତି।
ସୂଚନା ଅନୁସାରେ ନିକଟ ରେ ସେ ଏକ ସଭା ରେ ଯୋଗ ଦେଇଥିଲେ।ଏଥିରେ ସେ ତାଙ୍କ ପୋଷାକ ବିଷୟ ରେ କହିଥିଲେ।ଆପଣ ମାନେ ଜାଣି ଥିବେ ସେ ସବୁବେଳେ ଧଳା ସାର୍ଟ ଓ ଟାଉଜର ପିନ୍ଧିବା ପାଇଁ ପସନ୍ଦ କରନ୍ତି।ସେ ଏହି ପୋଷାକ ରେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଆନ୍ତି।
ଏହି ସଭା ରେ ତାଙ୍କୁ ଜଣେ ପଚାରି ଥିଲେ କି ଆମେ ଆପଣ ଙ୍କୁ ସବୁବେଳେ ଏହି ଧଳା ପୋଷାକ ରେ ଦେଖୁଚୁ।ଆପଣ କାହିଁକି ଏହି ପୋଷାକ କୁ ଏତେ ପସନ୍ଦ କରୁଛନ୍ତି।ଓ ସେ ଆହୁରି ମଧ୍ୟ ପଚାରି ଥିଲେ କି ଆପଣଙ୍କୁ ଏତେ ବର୍ଷ ହେଲେ ବି ଆପଣ ଏବେ ମଧ୍ୟ ବହୁତ ଫିଟ୍ ଅଛନ୍ତି।
ମୁଁ ଅଧିକାଂଶ ଲୋକ ଙ୍କୁ ଦେଖିଚି ବିବାହ ପରେ ସମସ୍ତଙ୍କ ପେଟ ବାହାରି ଆସି ଥାଏ।ହେଲେ ଆପଣ ଙ୍କ ପେଟ କାହିଁ ବାହାରକୁ ଆସିନି।ଏ କଥା ଶୁଣି ପ୍ରଥମେ ଭି କେ ପାଣ୍ଡିଆନ ହସି ଥିଲେ।ପରେ ଏହାର ଜବାବ ରଖିଥିଲେ।
ସେ କହିଥିଲେ କି ମୁଁ ଏହା ସବୁ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ଶିଖିଛି।ତାଙ୍କ ବ୍ୟକ୍ତିଗତ ଜୀବନ କୁ ଅନୁଧ୍ୟାନ କଲି।ସେ ଆଜି ଏତେ ବର୍ଷ ରେ ପହଞ୍ଚି ଛନ୍ତି।ତଥାପି ସେ ଫିଟ୍ ଅଛନ୍ତି।ଏହି ଧଳା ପୋଷାକ ହିଁ ମୋତେ ଆନନ୍ଦ ଦିଏ।ମୁଁ ପ୍ରତିଦିନ ଭୋର୍ ରୁ ଉଠେ।
ଏହା ପରେ ଅନେକ ସମୟ ଯୋଗ ପ୍ରାଣାୟାମ କରେ।କିଛି ସମୟ ବୁଲାବୁଲି କଲେ।ଏହା ପରେ ପୁଣି ଥରେ ନିଜ କାମ ରେ ଲାଗି ଯାଏ।ଏହାହିଁ ହେଉଚି ମୋର ସଫଳତା ର ରାଜ।ବର୍ତ୍ତମାନ ସମୟ ରେ ଭି କେ ପାଣ୍ଡିଆନ ଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ହେଉଚି।
କିଛି ଲୋକ ତାଙ୍କୁ ପସନ୍ଦ କରୁଥିବା ବେଳେ କିଛି ଲୋକ ମାନେ ତାଙ୍କୁ ନା ପସନ୍ଦ କରୁଛନ୍ତି।ହେଲେ ଏହି ବ୍ୟକ୍ତି ଜଣକ ସବୁବେଳେ ଓଡ଼ିଶା ର ଉନ୍ନତି କଥା ଚିନ୍ତା କରି ଥାଆନ୍ତି।