ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ରିକେଟ୍ ର ଭଗବାନ ସଚିନ ତେନ୍ଦୁଲକର ଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି। ଦିନିକିଆ ରେ ସଚିନ ଙ୍କ ସର୍ବାଧିକ ରନ୍ ର ରେକର୍ଡ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି।

ଦିନିକିଆ କ୍ରିକେଟ ରେ ସଚିନ ତେନ୍ଦୁଲକର ଙ୍କ ଶତକ ସଂଖ୍ୟା ୪୯ ରହିଛି। ହେଲେ ନିଉଜିଲ୍ୟାଣ୍ଡ ବିପକ୍ଷରେ ଖେଳା ଯାଉଥିବା ମ୍ୟାଚ୍ ରେ ବିରାଟ କୋହଲି ତାଙ୍କର ୫୦ ତମ ଶତକ ପୂରା କରିଛନ୍ତି।
ଏହା ଖୁବ ରୋମାଞ୍ଚକର ସମୟ ଥିଲା ଯେତେବେଳେ କି ସେ ତାଙ୍କର ୫୦ ତମ ଶତକ ପୁରା କରି ଦେଇଥିଲେ। ଏହା ବିରାଟ ଓ ତାଙ୍କର ଅଗଣିତ ଫ୍ୟାନ ମାନଙ୍କ ପାଇଁ ଖୁବ୍ ଖୁସୀର ମୁହୂର୍ତ୍ତ ଥିଲା।
ଆଉ ଏହି ୫୦ ତମ ଶତକ ପୂରଣ କରିବା ସମୟରେ ଷ୍ଟାଡିୟମ୍ ରେ ସଚିନ ତେନ୍ଦୁଲକର ମଧ୍ଯ ଉପସ୍ଥିତ ଥିଲେ ଆଉ ସେ ମଧ୍ୟ ଖୁବ୍ ଖୁସୀ ଥିବା ନଜର ଆସିଥିଲେ। ଏଥି ସହ ସେ ବିରାଟ କୋହଲି ଙ୍କୁ କୃତଜ୍ଞତା ମଧ୍ୟ ଜଣାଇ ଥିଲେ।

ବିରାଟ ଙ୍କ ଏହି ଶତକ ପାଇଁ ତାଙ୍କର ସ୍ତ୍ରୀ ଅନୁଷ୍କା ଶର୍ମା ନିଜ ବସିଥିବା ସ୍ଥାନରୁ ଉଠି ଯାଇ ଖୁବ ଉତ୍ସାହ ସହକାରେ ଉଠି ବିରାଟ ଙ୍କୁ ତାଳି ମାରି ଉତ୍ସାହିତ କରାଇ ଥିଲେ। ଆଉ ଏଥିପାଇଁ ବିରାଟ କୋହଲି ଙ୍କୁ ରନ୍ ମେସିନ କୁହା ଯାଇଥାଏ।
ଏହି ୨୦୨୩ ବିଶ୍ଵକପ ରେ ବିରାଟ କୋହଲି ଖୁବ ଭଲ ପ୍ରଦର୍ଶନ କରୁଥିବା ନଜର ଆସୁଛନ୍ତି।ଏବେ ସମସ୍ତଙ୍କ ନଜର ମଧ୍ୟ ତାଙ୍କରି ଉପରେ ହିଁ ରହିଛି। ଏହି ବିଶ୍ୱକପ୍ ରେ ମଧ୍ୟ ସେ ସଚିନ କରିଥିବା ୪୯ ଟି ଶତକ ରେକର୍ଡ ସହ ସମକକ୍ଷ ହୋଇଥିଲେ।
ଆଉ ଏହି ବିଶ୍ଵକପ୍ ରେ ହିଁ ତାଙ୍କର ଦିନିକିଆ ଶତକ ର ରେକର୍ଡ କୁ ଭାଙ୍ଗି ଏବେ ଏକ ନୁଆ ରେକର୍ଡ କୁ ନିଜ ନାମରେ କରିଛନ୍ତି। ଯାହା ପାଇଁ ସେ ବେଶ ଖୁସୀ ମଧ୍ଯ ଅଛନ୍ତି। ଏବେ ନିୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ମ୍ୟାଚ ରେ ମଧ୍ଯ ଭାରତ ବିଜୟ ଲାଭ କରିଛି।
ଏଥି ସହ ଭାରତ ଫାଇନାଲ ରେ ମଧ୍ୟ ପ୍ରବେଶ କରିଛି। ସେଥିପାଇଁ ଏବେ ଏହା ଆଶା କରାଯାଉଛି କି ଆଗକୁ ଭାରତ ଓ ବିରାଟ କୋହଲି ମଧ୍ୟ ଫାଇନାଲ ରେ ଭଲ ପ୍ରଦର୍ଶନ କରି ଏହି ଟ୍ରଫି ଘରକୁ ଆଣିବେ।