Apr 29, 2024, 16:24 IST

ମହିଳା ମାନଙ୍କ ପାଇଁ ଖୁସି ଖବର ଦେଲେ ରାହୁଲ ଗାନ୍ଧୀ ଦେଖନ୍ତୁ କେମିତି ପାଇପାରିବେ ୮୫୦୦/- ଟଙ୍କା

Hb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Nn
ବନ୍ଧୁଗଣ ଓଡ଼ିଶା ଗ୍ରସ୍ତରେ ଆସି ରାଜ୍ୟବାସୀଙ୍କୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବେ। ସରକାରଙ୍କୁ ଯିଏ ବି ଚାକିରୀ ମାଗିବ ତାକୁ ନିହାତି ଚାକିରୀ ମିଳିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ
ବଛାଯିବ। ଉକ୍ତ ମହିଳାଙ୍କ ପାଇଁ ଖାତାକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତିମାସରେ ୮୫୦୦ ଟଙ୍କା ମହିଳାଙ୍କ ଖାତାକୁ ଆସିବ। ଯାହା ହେଉଛି ସବୁଠାରୁ ବଡ ଘୋଷଣା। କାରଣ ଆଜି ପର୍ଯ୍ୟନ୍ତ ଏଭଳି ଘୋଷଣା କେହି କରିନାହାଁନ୍ତି। 
କିଛି କାମ ନକରି ମଧ୍ୟ ମହିଳାଙ୍କ ଖାତାକୁ ଆସିବ ୮୫୦୦ ଟଙ୍କା। ଏହା ସହିତ ୨୦୦ ୟୁନିଟ ମାଗଣା ବିଜୁଳି। ଗ୍ୟାସ ୫୦୦ ଟଙ୍କାରେ ଦିଆଯିବ। ଧାନ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା କରାଯିବ। ସବୁ ବେକାର ଯୁବତୀ ଯୁବକଙ୍କୁ ୩୦୦୦ ଟଙ୍କା ଦିଆଯିବ। ଏହା ସହ ଚାଷୀଙ୍କୁ ମିଳିବ ମଧ୍ୟ ୩୦୦୦ ଟଙ୍କା।
Nn
ରାହୁଲ କହିଛନ୍ତି ଯେ, ମୋଦୀ ୨୨ ଜଣଙ୍କୁ କୋଟିପତି ବନେଇଦେବେ। ହେଲେ କଂଗ୍ରେସ ସରକାରଙ୍କୁ ଆସିଲେ କୋଟି କୋଟି ଲୋକଙ୍କୁ ଲକ୍ଷପତି ବନେଇଦେବ। ଏହା ସହିତ ଆଶା ଅଙ୍ଗନବାଡି ଦିଦିଙ୍କ ପରିଶ୍ରମକୁ ଦୁଇଗୁଣା କରିବାକୁ ଯାଉଛି। 
ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ରାହୁଲ ଭାଷଣ ଆରମ୍ଭ କରିବା ପୂର୍ବରୁ ବିଜେଡି ବିଜେପିଙ୍କୁ ବହୁତ କଥା କହିଥିଲେ। ତେବେ ରାହୁଲ ଓଡିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୂରରେ ପହଞ୍ଚିଥିଲେ।
ମଧୁବାବୁ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ। ସେଠାରେ କିଛି ସମୟ ରହିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ କସ୍ତୁରବା ଆଶ୍ରମ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବା ପରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Advertisement