Apr 27, 2024, 02:53 IST

ଅଧା ଆକାଶ ରେ ଚେକ୍ ହେଲା ପାଣ୍ଡିଆନ ଙ୍କ ହେଲିକପ୍ଟର.. ଆଗରୁ ନବୀନ ଙ୍କ ହେଲିକପ୍ଟର ବି ଚେକ୍ ହେଇଚି...

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ମାତ୍ରାରେ ଏବେ ନିର୍ବାଚନ ପ୍ରଚାର ମଧ୍ୟ ଯୋର୍ ଧରିବାରେ ଲାଗିଛି।
ପ୍ରତ୍ୟେକ ଦଳ ଏବେ ନିଜ ନିଜ ଦଳ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଆଉ ଆଗାମୀ ନିର୍ବାଚନରେ ମଧ୍ୟ ନିଜ ଦଳକୁ ଜିତାଇବା ପାଇଁ ସଂପୂର୍ଣ୍ଣ ଭାବରେ ସେମାନେ ପ୍ରସ୍ତୁତ ହୋଇ ସାରିଛନ୍ତି। ସେଥିପାଇଁ ପ୍ରତ୍ୟେକ ଅଞ୍ଚଳ ବୁଲି ସେମାନେ ଲୋକ ମାନଙ୍କ ହୃଦୟ ଜିତୁ ଛନ୍ତି।
Hh
ବର୍ତ୍ତମାନ ସମୟରେ ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଅନ୍ୟ ଦଳ ମାନଙ୍କ ଭଳି ବିଜେଡ଼ି ମଧ୍ୟ ତାର ଦଳ ପାଇଁ ପ୍ରଚାର କରିବା ଆରମ୍ଭ କରି ଦେଇଛି। ବିଜେଡ଼ି ର 5T ସଚିବ ମଧ୍ୟ ବିଜେଡ଼ି ପାଇଁ ପ୍ରଚାର କରିବା ଏବେ ଆରମ୍ଭ କରି ଦେଇଥିବା କଥା ଜଣା ପଡ଼ିଛି। ସେ ବିଭିନ୍ନ ଅଞ୍ଚଳକୁ ମଧ୍ୟ ଯାଉଛନ୍ତି।
ଆଉ ସେ ସମସ୍ୟା ଅଞ୍ଚଳକୁ ତାଙ୍କର ହେଲିକପ୍ଟର ଦ୍ବାରା ହିଁ ଯାଉଛନ୍ତି ହେଲେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି 5T ସଚିବ ଭିକେ ପାଣ୍ଡିଆନ ଙ୍କ ହେଲିକପ୍ଟର କୁ ଯାଞ୍ଚ କରାଯାଇଛି।
Hh
ତାଙ୍କ ହେଲିକପ୍ଟର କୁ ୨୦ ରୁ ୨୫ ମିନିଟ ଧରି ଯାଞ୍ଚ କରାଯାଇ ଥିଲା। ସେ ଉମରକୋଟ ପ୍ରଚାର ପାଇଁ ଯାଇଥିଲେ। ଆଉ ଉମରକୋଟ ର ମାଜିଷ୍ଟ୍ରେଟ ଓ ପୋଲିସ ତାଙ୍କର ହେଲିକପ୍ଟର କୁ ଯାଞ୍ଚ କରିଥିବା କଥା ମଧ୍ୟ ସାମ୍ନା କୁ ଆସିଛି।
ତାଙ୍କର ହେଲିକପ୍ଟର ଯାଞ୍ଚ ହେଉଥିବା ସମୟର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖି ଲୋକମାନେ ମଧ୍ଯ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ସୋସିଆଲ ମିଡିଆରେ ଏହାକୁ ଦେଖି କେହି ତାଙ୍କର ସପକ୍ଷରେ କହିଥିବା ବେଳେ କେହି ତାଙ୍କ ବିପକ୍ଷରେ କହିଛନ୍ତି।ଏହାକୁ ଦେଖିବା ପରେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement