ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେ ଆଉ ଅଳ୍ପ ଦିନ ମଧ୍ୟରେ ଓଡ଼ିଶା ରେ ନିର୍ବାଚନ ହେବାକୁ ଯାଉଛି।ନିର୍ବାଚନ କୁ ଦୃଷ୍ଟି ରେ ରଖି ଅନେକ ରାଜନୈତିକ ଦଳ ମାନେ ସେମାନଙ୍କ ସ୍ୱାର୍ଥ ଉପରେ ଗୁରୁତ୍ବ ଦେଉଛନ୍ତି।
ଗୋଟିଏ ରାଜନୈତିକ ଦଳ ର ନେତା ଅନ୍ୟ ରାଜନୈତିକ ଦଳ ର ନେତା ମାନଂକ ଉପରେ କାଦୁଅ ଫିଙ୍ଗିଛନ୍ତି।ନିକଟ ରେ ଭଦ୍ରକ ଜିଲ୍ଲା ର ଧାମନଗର ଅଞ୍ଚଳ ର ବିଧାୟକ ଏକ ଗୁରୁତ୍ଵ ପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ଶୁଣି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି।ଆମେ ମାନେ ଲୋକ ଙ୍କ ପାଇଁ କାମ କରୁଛୁ।ଲୋକ ମାନେ ଆମକୁ ଭୋଟ ଦେଇ ଜିତାଇ ଅଛନ୍ତି।ସେମାନଙ୍କ ସେବା କରିବା ଆମର ଧର୍ମ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ ରେ ଭି କେ ପାଣ୍ଡିଆନ ହେଲିକପ୍ଟର ରେ ବସି ଚାଲି ଆସୁଛନ୍ତି।
ସେ ଆସି କେବଳ କହି ଦେଇ ଯାଉଛନ୍ତି ଯେ ଆମେ ଲୋକ ମାନଙ୍କ ସେବା କରିବୁ।ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି।ହେଲେ ଘରେ ଘରେ ଯାଇ ଲୋକ ଙ୍କ ଦୁଃଖ ସୁଖ ବୁଝୁ ନାହାନ୍ତି।ନିକଟ ରେ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଗ୍ରସ୍ତ ରେ ଆସିଥିଲେ।
ମୁଁ ସେହି ସଭା ରେ ଉପସ୍ଥିତ ନ ଥିଲି।ହେଲେ ଏହାର ଏକ ବଡ କାରଣ ରହିଛି।ଧାମନଗର ବ୍ଲକ ର ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା।ଏହି ସମୟ ରେ ମୁଁ ତାଙ୍କ ପରିବାର ପାଖରେ ଠିଆ ହୋଇ ଥିଲି।ସେଥିପାଇଁ ମୁଁ ସଭା ରେ ଉପସ୍ଥିତ ହୋଇ ପାରି ନ ଥିଲି।
ଲୋକ ମାନେ ଏହାକୁ ନେଇ ମୋତେ ଅନେକ କଥା କହିଥିଲେ।ହେଲେ ଥରେ ଭାବିବା ଦରକାର।ପାଣ୍ଡିଆନ ମହୋଦୟ ଯେଉଁ ସମୟ ରେ ସଭା କାର୍ଯ୍ୟ କରୁଥିଲେ।ସେହି ସମୟ ରେ ମୁଁ ଲୋକ ଙ୍କ ପାଇଁ କାମ କରୁଥିଲି।
ସେ କହିଥିଲେ କି ବିଧାୟକ ମହୋଦୟ ଙ୍କ ଦେଖା ନାହିଁ।ତାଙ୍କର ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।କେନ୍ଦ୍ର ବ୍ୟବସ୍ଥାରେ ସରକାରୀ ମଞ୍ଚ ରୁ ଏଭଳି କଥା କହିବା କେବେ ବି ଠିକ୍ ନୁହେଁ।
ଯେଉଁ ଗୋଟିଏ ୱାର୍ଡ କୁ କାମ ଆସୁଛି ସେଠାରେ ୱାର୍ଡ ମେମ୍ବର ମାନେ କାମ ଜାଣି ପାରୁ ନାହାନ୍ତି।ହେଲେ ଲୋକ ଙ୍କ ପାଇଁ କାମ କରୁ ନାହାନ୍ତି।ତାଙ୍କର ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।