Oct 28, 2023, 10:12 IST

ପାଣ୍ଡିଆନ ଙ୍କୁ ଭେଟିବାକୁ ନବୀନ ନିବାସ ରେ ବଡ଼ ବାବୁ ଙ୍କ ଭିଡ଼!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପାଣ୍ଡିଆନ ଙ୍କୁ ଭେଟିବା ପାଇଁ ବିଭିନ୍ନ ଅଫିସର୍ , ସରକାରୀ କର୍ମଚାରୀ ଓ ପୋଲିସ ବାବୁଙ୍କ ଭିଡ଼।ମୁଖ୍ୟମନ୍ତ୍ରୀ ଙ୍କ ବାସ ଭବନ ନବୀନ ନିବାସ ରେ ପାଣ୍ଡିଆନ ଙ୍କୁ ଭେଟିବା ପାଇଁ ଭିଡ଼ ମଧ୍ୟ ଲାଗି ରହିଛି।
Special report
ପାଣ୍ଡିଆନ ଙ୍କୁ ନୁଆ ଦାୟିତ୍ଵ ମିଳିବା ପରେ ଏବେ ସରକାରୀ ବାବୁ ମାନେ ତାଙ୍କୁ ଭେଟିବାରେ ଲାଗି ପଡିଛନ୍ତି। ଏହାରି ମଧ୍ୟରେ ଅଛନ୍ତି ତାଙ୍କର ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରୁଥିବା କର୍ମଚାରୀ ସଂଘ।
ସେମାନେ ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଉ ଆଶା କରୁଛନ୍ତି କି ପାଣ୍ଡିଆନ ସେମାନଙ୍କ କଥା ମଧ୍ୟ ବୁଝିବେ ବୋଲି। ଆଉ ନବୀନ ନିବାସର ଏହି ଦୃଶ୍ୟ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ସେଠାରେ ଅନ୍ୟ ସବୁ କର୍ମଚାରୀ ମାନେ ଆସିଛନ୍ତି ପାଣ୍ଡିଆନ ଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ବୋଲି। ସେ ଚାକିରୀ ରୁ ଅବସର ନେବା ପରେ ସରକାର ତାଙ୍କୁ ପ୍ରଥମେ 5T ସଚୀବ କରି ଦେଇଥିଲେ।
Special report
ଏହା ସହ ତାଙ୍କୁ ନବୀନ ଓଡ଼ିଶାର ମଧ୍ଯ ଦାୟିତ୍ଵ ଦିଆ ଯାଇଛି। ଏଥିପାଇଁ ଅନେକ ସରକାରୀ କର୍ମଚାରୀ ଫୁଲ ତୋଡା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଛନ୍ତି।
ଓଡ଼ିଶା ଆଉଟ୍ ସୋର୍ଶିଂ ସଂଘ ମଧ୍ୟ ଆସିଛନ୍ତି। ସଂଘର କର୍ମକର୍ତ୍ତା ଆସିଛନ୍ତି ପାଣ୍ଡିଆନ ଙ୍କ ହୀତ କାମନା କରିବା ପାଇଁ। ଖୁବ୍ ଶୀଘ୍ର ଯେମିତି ତାଙ୍କର ଦାବୀ ପୂରଣ ହେବ ଏନେଇ ମଧ୍ଯ ସେମାନେ ଏହା ଆଲୋଚନା ବି କରିଛନ୍ତି। ସଚିବାଳୟ ସେବା ସଂଘ ମଧ୍ୟ ଆସିଛନ୍ତି।
ସଂଘ କହିଛି କି ପାଣ୍ଡିଆନ ଙ୍କ ଏହି ଦାୟିତ୍ଵ ପାଇଁ ଓଡ଼ିଶାବାସୀ ଖୁସୀ ଥିବେ।5T କୁ ଯେମିତି ଆଗକୁ ନେବେ ସେନେଇ ମଧ୍ୟ କାମ କରିବେ ବୋଲି କହିଛନ୍ତି। ନିଜ ମନରେ ଅନେକ ଆଶା ନେଇ ସେମାନେ ମଧ୍ୟ ନବୀନ ନିବାସ ରେ ପାଣ୍ଡିଆନ ଙ୍କୁ ଭେଟିଛନ୍ତି।
ସେ ସରକାର ଙ୍କ ପାଇଁ କରୁଛନ୍ତି ମାନେ ସରକାର ମଧ୍ଯ ତାଙ୍କ କଥା ବୁଝିବେ ବୋଲି ସେମାନେ ଏହା ମଧ୍ଯ ଆଶା କରିଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement