Jan 8, 2024, 11:04 IST

ଲୋକ ଙ୍କୁ ସମ୍ଭର୍ଦ୍ଧନା ଦେଇ କହିଲେ ପାଣ୍ଡିଆନ : ନବୀନ ବାବୁ ରାତି ଦିନ ଏକ କରି ଓଡ଼ିଶା ର ଉନ୍ନତି ପାଇଁ ସ୍ଵପ୍ନ ଦେଖୁଛନ୍ତି...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ 5T ସଚିବ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ସଭାରେ ସେ କହିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ କୁ ଖୁବ ଭଲ ପାଆନ୍ତି।
Special Report
ସୁନ୍ଦରଗଡ଼ ଲୋକମାନେ ହକି କୁ ଖୁବ ଭଲ ପାଆନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ରେ ହକି କପ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି ।
ଆଉ ଏହା ଏକ ଛୋଟ କଥା ନୁହେଁ ଏହା ହେଉଛି ଏକ ବହୁତ୍ ବଡ଼ କଥା।୨୦୧୯ ରେ ଯେବେ ହକି ବିଶ୍ଵ କପ୍ ଆୟୋଜନ କରିବା ର ମଉକା ଓଡ଼ିଶାକୁ ଦିଆ ଯାଇଥିଲା
ସେତେବେଳେ ହକି ଫେଡରେଶନ ର ଅଧ୍ୟକ୍ଷ ସେମାନେ କହିଥିଲେ କି ଏହା ଭୁବନେଶ୍ୱର ରେ ହେବା ପାଇଁ ଯୋଜନା ଚାଲିଛି। ହେଲେ ମୁଖ୍ୟମନ୍ତ୍ରୀ କହିଥିଲେ କି ଓଡିଶାର ରାଜଧାନୀ ଭୁବନେଶ୍ଵର ହୋଇ ପାରେ ମାତ୍ର ହକି ର ରାଜଧାନୀ ହେଉଛି ସୁନ୍ଦରଗଡ଼।
Special Report
ସେଥିପାଇଁ ହକି ବିଶ୍ଵ କପ୍ ଭୁବନେଶ୍ୱର ସହ ସୁନ୍ଦରଗଡ଼ ଓ ରାଉରକେଲା ରେ ମଧ୍ୟ ଅନୁଷ୍ଠିତ ହେବ। ଏହି ନିଷ୍ପତ୍ତି ନେବା ପରେ ହକି ଫେଡରେଶନ୍ କହିଥିଲେ ସୁନ୍ଦରଗଡ଼ ରେ ଆନ୍ତର୍ଜାତିକ ସ୍ତରରେ କୌଣସି ଷ୍ଟାଡିୟମ୍ ନାହିଁ ବୋଲି।
ଏଭଳି କି ସେଠାରେ ଖେଳ ହୋଇ ପାରିବ ନାହିଁ ବୋଲି ମଧ୍ୟ ବାରଣ କରି ଦେଇଥିଲେ। ଆଉ ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହେବ ବୋଲି କହିଥିଲେ। ମାତ୍ର ୪ ବର୍ଷ ଭିତରେ ଆୟୋଜନ କରି ହେବ ନାହିଁ ବୋଲି ମଧ୍ୟ କହିଥିଲେ।
ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି ସେ ତାଙ୍କର ଦିନରାତି ଏକା କରି କାମ କରିବେ।ଆଉ ସୁନ୍ଦରଗଡ଼ ରେ ଥିବା ସ୍ବପ୍ନ ହକି ବିଶ୍ଵ ର ସେଠାରେ ସାକାର ହେବ।
ଏକଥା ନିଜେ ହିଁ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement