Updated: Oct 25, 2023, 11:06 IST

ପାଣ୍ଡିଆନ ଯେତେବେଳେ ଚାକିରି ରୁ ଅବସର ନେଲେ ବିରୋଧୀ କହୁଥଲେ ଏସବୁ ନାଟକ ! ରାଜନୀତି କରିବାକୁ ଏଥର ପାଣ୍ଡିଆନ୍ ଙ୍କୁ ମିଳିଗଲା ଖୁଲ୍ଲମ ଖୁଲ୍ଲା ଲାଇସେନ୍ସ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ 5T ସଚିବ ଭିକେ ପାଣ୍ଡିଆନ ଙ୍କ ଏବେ ସ୍ଵେଚ୍ଛାକୃତ ଅବସର କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଭିକେ ପାଣ୍ଡିଆନ ଆଇଏସ ଚାକିରିରୁ ସ୍ବେଛାକୃତ ଭାବରେ ଅବସର ନେଇଛନ୍ତି।
Special report
ବର୍ତ୍ତମାନ ପାଣ୍ଡିଆନ ନୂଆ ଦାୟିତ୍ଵ ତୁଲାଇବେ ସେ 5T ସଚିବ ହେବା ସହ ନବୀନ ଓଡ଼ିଶାର ମଧ୍ଯ ଚେୟାର ମ୍ୟାନ ହେବେ। ତାଙ୍କର ସ୍ଵେଚ୍ଛାକୃତ ଅବସର ଓଡ଼ିଶା ରାଜନୀତି ଏବେ ଭୂକମ୍ପ ସୃଷ୍ଟି କରିଛି।
ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭାବରେ ୨୦୧୧ ମସିହାରୁ ତାଙ୍କର ଦାୟିତ୍ଵ ମିଳିଥିଲା। ଜଣେ କର୍ମଠ ଓ ଦକ୍ଷ ଅଫିସର ଭାବରେ ତାଙ୍କର ସୁନାମ ମଧ୍ୟ ରହିଥିଲା।
୨୦୧୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର 5T ବିଭାଗ ସୃଷ୍ଟି କରିଥିଲେ। ଆଉ ସେ ପାଣ୍ଡିଆନ ଙ୍କୁ ନିଯୁକ୍ତି ମଧ୍ୟ ଦେଇଥିଲେ। ଆଉ ସେବେଠାରୁ ହିଁ ପାଣ୍ଡିଆନ ଏନେଇ ପଦକ୍ଷେପ ମଧ୍ୟ ନେଇ ଚାଲୁଥିଲେ।
Special report
ସରକାରୀ ନେତା ହୋଇ ପାଣ୍ଡିଆନ ରାଜନୀତି କରୁଛନ୍ତି ବୋଲି ଅନେକ ତାଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି। ଯଦି ସେ ରାଜନୀତି କରୁଛନ୍ତି ତେବେ ତାଙ୍କୁ ତାଙ୍କର ଚାକିରୀ ଛାଡି ଦେବା ପାଇଁ ମଧ୍ୟ କୁହା ଯାଇଥିଲା।
ହେଲେ ପରବର୍ତ୍ତୀ ସମୟରେ ପାଣ୍ଡିଆନ ଙ୍କ ବିରୁଦ୍ଧରେ ଯେଉଁ ମାନେ କହୁଥିଲେ ସେମାନେ ଚୁପ୍ ପଡି ଯାଇଥିଲେ। ପରବର୍ତ୍ତୀ ସମୟରେ ବିଜେପି ନେତା ପାଣ୍ଡିଆନ ଙ୍କୁ ବିରୋଧ କରି ତାଙ୍କ ପାଇଁ କଟୁ ମନ୍ତବ୍ୟ ମଧ୍ୟ ଦେଇଥିଲେ।
ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନ ସଭା ରେ ବିବୃତି ଦେଇ ସେ ତାଙ୍କର କାର୍ଯ୍ୟାଳୟ ଅଧିକାରୀ ଙ୍କୁ ବିଭିନ୍ନ ଜିଲ୍ଳା ଗସ୍ତରେ ପଠାଇଥିବା ସେ ସ୍ପଷ୍ଟୀକରଣ ଦେଇ ଥିଲେ ମଧ୍ୟ ବିରୋଧୀ ନେତା ମାନେ ତାହା ଗ୍ରହଣ କରିବା ପାଇଁ ଆଦୌ ରାଜି ନଥିଲେ।
ହେଲେ ଏବେ ପାଣ୍ଡିଆନ ଙ୍କ ଏଭଳି ସ୍ଵେଚ୍ଛାକୃତ ଭାବରେ ଅବସର ନେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି। ଆଉ କୁହା ଯାଉଛି କି ପାଣ୍ଡିଆନ ବିରୋଧୀ ଙ୍କ ଚ୍ୟାଲେଞ୍ଜ କୁ ଗ୍ରହଣ କରି ଏଭଳି କରିଛନ୍ତି।

Advertisement