ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।5T ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ସୁରକ୍ଷା ରେ ଅଛନ୍ତି ୭୦ ରୁ ଅଧିକ ପୋଲିସ।ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟ ରୁ ଆସିଲା ଏଭଳି ସତ।ପାଞ୍ଚ ବର୍ଷ ରେ ଜେଟ/
ଚପର ବୁଲା ରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୧୦୩ କୋଟି।ଗତ ଦୁଇ ବର୍ଷ ରେ ଜେଟ/ଚପର ବୁଲା ରେ ଖର୍ଚ୍ଚ ହୋଇଛି ପ୍ରାୟ ୪୫ କୋଟି ଟଙ୍କା।ଲୋକ ମାନଙ୍କ ଟିକସ ଟଙ୍କା ର ଅପବ୍ୟୟ ନେଇ ସାଧାରଣ ରେ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
![Gh](https://news38times.com/static/c1e/client/93724/uploaded/b11f1a20899a7e37431a57ff764052ec.png)
5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ସୁରକ୍ଷା ନେଇ ବିପୁଳ ଟଙ୍କା ଖର୍ଚ୍ଚ ଚର୍ଚ୍ଚାର ବିଷୟ ହୋଇଛି।5T ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ୟୁନିଟ ୬ ସରକାରୀ ବାସ ଭବନ ରେ ତିନୋଟି ସିପ୍ଟ ରେ ୭୦ ଜଣ ସୁରକ୍ଷା କର୍ମୀ ଜଗୁଛନ୍ତୀ।
ପାଳି ପାଳି ରେ ତାଙ୍କ ବାସ ଭବନ ଜଗୁ ଥିବା ଏହି ପୋଲିସ କର୍ମଚାରୀ ଙ୍କ ଭିତରେ ରହିଛନ୍ତି ୫୩ ଜଣ କନେଷ୍ଟବଳ ଓ ସିପାହୀ,୧୧ ଜଣ ହାବିଲଦାର,ଚାରି ଜଣ ମହିଳା କନେଷ୍ଟବଳ ଓ ଦୁଇ ଜଣ ପୋଲିସ ଅଫିସର।
![Tt](https://news38times.com/static/c1e/client/93724/uploaded/75452070b0fb5930eec94882c7c4c7f2.png)
ସେହିପରି ସହର ଭିତରେ ତାଙ୍କ ଗାଡ଼ି କୁ ସୁରକ୍ଷା ଦେବା ପାଇଁ ଅଧିକ ଚାରି ଜଣ ସୁରକ୍ଷା କର୍ମୀ ନିୟୋଜିତ ହେଉଛନ୍ତି।ଅତି କମ୍ ରେ ଏଥି ପାଇଁ ବର୍ଷକୁ ଲୋକଙ୍କ ଟିକସ ରୁ ତିନି କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ।
ସୂଚନା ଅଧିକାର କର୍ମୀ ପ୍ରକାଶ ଦାଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଥିଲେ ଭି କେ ପାଣ୍ଡିଆନ।ପାଞ୍ଚ ବର୍ଷ ତଳୁ ତାଙ୍କ ସୁରକ୍ଷା ପାଇଁ ୭୪ ଜଣ ପୋଲିସ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି।
ବାର୍ଷିକ ତିନି କୋଟି ଟଙ୍କା ତାଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି।ତେଣୁ କରି ଜଣେ ନିମ୍ନସ୍ତର ର ସଚିବ ଅଧିକାରୀ ଙ୍କ ପାଇଁ କାହିଁକି କୋଟି କୋଟି ଟଙ୍କା ବର୍ବାଦ କରି ଖର୍ଚ୍ଚ କରାଯାଉଛି ଏବଂ କଣ ପାଇଁ ୭୪ ଜଣ ପୋଲିସ ପ୍ରୋଟେକ୍ସନ ରଖାଯାଇଛି ଏହା ସେ ପ୍ରଶ୍ନ କରିଛନ୍ତି।