ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ଓଡ଼ିଶା ରେ ପାଣ୍ଡିଆନ ଙ୍କୁ ଖୁବ ବିରୋଧ କରା ଯାଉଛି।ସେ ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ।ଏହା ଛଡା ସେ ୫ ଟି ସଚିବ।ତେବେ ୫ ବର୍ଷ ପୂର୍ବ ରୁ ଏହି ୫ ଟି ସଚିବ କୁଆଡେ ଯାଇଥିଲେ।
ଏବେ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତି ଗତ ସଚିବ ବିଭିନ୍ନ ସଭା ସମିତି ରେ ଯୋଗ ଦେଉଛନ୍ତି।ବଡ ବଡ ପ୍ୟାକେଜ ମଧ୍ୟ ଘୋଷଣା କରୁଛନ୍ତି। ଏବଂ ସବୁ ସଭା ସମିତି ରେ କହି ବୁଲୁଛନ୍ତି କି ମୁଁ ମୁଖ୍ୟ ମନ୍ତ୍ରୀ ଙ୍କ ପରାମର୍ଶ ରେ ଆସିଛି।ଏହାକୁ ଓଡିଶା ବାସି ଖୁବ୍ ବିରୋଧ କରିଛନ୍ତି।
ନିକଟ ରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ ଙ୍କ ବିଷୟ ରେ ଆପଣ ମାନେ ଶୁଣି ଥିବେ।ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ଦୈନିକ ଖବର କାଗଜ ରେ ଦଳ ବିଷୟ ରେ ସଠିକ୍ କଥା ଲେଖିଲା ପରେ ତାଙ୍କୁ ଦଳ ରୁ ବିଦା କରା ଗଲା।ଏବେ ତାଙ୍କ ଉପରେ ଦୁର୍ନୀତି କରିବାର ଅଭିଯୋଗ ମଧ୍ୟ ଲାଗିଚି।
ଥରେ ଆପଣ ମାନେ ଭାବନ୍ତୁ ଏହା ତାଙ୍କ ସହିତ ଠିକ୍ ହେଲା କି।ଏହା ପୂର୍ବ ରୁ ପ୍ରଦୀପ ପାଣିଗ୍ରାହୀ ଙ୍କ ସହିତ ଏପରି କିଛି ଘଟଣା ଘଟି ସାରିଛି।ସେ ମଧ୍ୟ ଦଳ ବିରୋଧ ରେ କହିବାରୁ ତାଙ୍କୁ ମିଛ କେସ ରେ ଫସାଇ ଦିଆ ଗଲା।ତାଙ୍କୁ ଦଳ ରୁ ବିଦା କରାଗଲା।
ଏବେ ମୋ ଦଳ ନାମକ ଏକ ରାଜନୈତିକ ଦଳ ପାଣ୍ଡିଆନ ଙ୍କ ବିରୋଧ ରେ ଠିଆ ହୋଇଛନ୍ତି।ମୋ ଦଳ ର ଜଣେ ନେତା କହିଛନ୍ତି କି ଯଦି ପାଣ୍ଡିଆନ ଏଭଳି ସଭା ସମିତି ରେ ଆସୁଛନ୍ତି ତେବେ ସେ ନିଜେ ନିର୍ବାଚନ ଲଢନ୍ତୁ।
ସେମାନେ କହିଛନ୍ତି କି ନେତା ମନ୍ତ୍ରୀ ଘର କୁ ଯାଅ ପାଣ୍ଡିଆନ ବିଧାନସଭା ଚଲାଅ।ମନ୍ତ୍ରୀ ବିଧାୟକ ମାନେ ଷ୍ଟେଜ ଯୋଗାଡ କରିବାକୁ ଯାଉଛନ୍ତି।ଲୋକ ଠିକ୍ କରୁଛନ୍ତି।ସେଠାରେ ଭି କେ ପାଣ୍ଡିଆନ ଯାଇ ଭାଷଣ ଦେଉଚି।ଏହା କଣ ଠିକ୍।ଜଣେ ସରକାରୀ କର୍ମଚାରୀ ହୋଇ ସେ ରାଜନୀତି ଯୋଗ ଦେଇଛନ୍ତି।
ମୋ ଦଳ ର ଅନ୍ୟ ନେତା ମାନେ ଆହ୍ବାନ କରିଛନ୍ତି କି ନବୀନ ହଟାଅ ଓଡ଼ିଶା ବାଞ୍ଚାଅ।ଯେତେଦିନ ପର୍ଯ୍ୟନ୍ତ ନବୀନ ରହିଛି ଓଡ଼ିଶା ର ଉନ୍ନତି ହୋଇ ପାରିବ ନାହିଁ।
ଯିଏ ସତ କଥା କହୁଚି ତାକୁ ଦଳ ରୁ ବିଦା କରା ଯାଉଚି।ଯିଏ ଭୁଲ କାମ କରିଛନ୍ତି ତାଙ୍କୁ ଦଳ ରେ ସାମିଲ କରା ଯାଇଛି।ଏହା ହିଁ ଏବେ ବିଜେଡି ଦଳ ର ନିୟମ।