Sep 18, 2023, 13:26 IST

ପ୍ରଦୀପ ପାଣିଗ୍ରାହୀ ଙ୍କ ସିଧା ନିଶାନା ପାଣ୍ଡିଆନ ଙ୍କୁ, ଆଜି ସେ ପାଣ୍ଡିଆନ ପାଇ ଗୋଟେ ବଡ଼ ନେତା ମାଟି ହୋଇଗଲେ

Special report

ନମସ୍କାର ପାଠକ ବନ୍ଧୁ।ଏବେ ସାରା ରାଜ୍ୟ ରେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଖୁବ୍ ବିରୋଧ କରା ଯାଇଛି।କିଛି ଦିନ ତଳେ ୫ ଟି ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ ଗ୍ରସ୍ତ ରେ ଯାଇଥିଲେ।ସେଠାରେ ତାଙ୍କୁ ବିଜେଡି ର ଅନ୍ୟତମ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୁବ୍ ବିରୋଧ କରିଥିଲେ।ତାଙ୍କ କହିବା ଅନୁସାରେ ବିଜେଡି ଦଳ ଦିନ କୁ ଦିନ ତଳ କୁ ଖସୁଛି।
Special report
ଲୋକ ମାନେ ସବୁ ୫ ଟି ସଚିବ ଙ୍କୁ ପସନ୍ଦ କରୁ ନାହାନ୍ତି।ଏବେ ସେ ଆଉ ଏକ ବୟାନ ଦେଇ ଚର୍ଚ୍ଚା କୁ ଆସିଛନ୍ତି।ସେ କହିଛନ୍ତି କି ବିଜେଡି ର ବଡ ସଂଗଠକ ଙ୍କ ଜୀବନ କୁ ମାଟି କରିଦେଲେ ୫ ଟି ସଚିବ।ଦଳ ରେ ରହି ଅନ୍ୟ ନେତା ମାନଙ୍କୁ ଦଳ ଠାରୁ ଅଲଗା କରୁଛନ୍ତି ସେ।
ବିଜେଡି ର ଯିଏ ବଡ ସଂଗଠକ ସେ ବେଶୀ କଷ୍ଟ ଭୋଗୁଛନ୍ତି।ତାଙ୍କ ଜୀବନ କୁ ମାଟି କରିଦେଲେ ପାଣ୍ଡିଆନ।ସୂଚନା ଅନୁସାରେ ପାଣ୍ଡିଆନ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ।ହେଲେ ଗତ କିଛି ଦିନ ହେବ ସେ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।
ସେ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ ରେ ବିଭିନ୍ନ ସଭା ସମିତି ରେ ଯୋଗ ଦେଇ ବହୁ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି।ଏହାକୁ କିଛି ଦଳୀୟ କର୍ମୀ ସହି ପାରୁ ନାହାଁନ୍ତି।ବାପା ଥିଲେ ଜନତା ଦଳ ର ସବୁଠୁ ବଡ ନେତା।ପୁଅ ଏବେ କଷ୍ଟ ଭୋଗୁଛନ୍ତି।ଏମିତି କହିଲେ ପ୍ରଦୀପ ପାଣିଗ୍ରାହୀ।
Special report
ବିଜୁ ପଟ୍ଟନାୟକ ଜନତା ଦଳ କୁ ଗଢି ଥିଲେ।ତାଙ୍କ ମୃତ୍ୟୁ ପରେ ଜନତା ଦଳ କୁ ପରିବର୍ତ୍ତନ କରି ପୁଅ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ନାମ ରେ ପରିଣତ କରାଇଲେ।ଏହା ପରେ ନିରଙ୍କୁଶ ଶାସନ ଉପ ଭୋଗ କରୁଛନ୍ତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳ।ଦୀର୍ଘ ୨୫ ବର୍ଷ ସେ ଓଡ଼ିଶା ରେ ଶାସନ କଲେଣି।
ବିଜେଡି ର ୧୧୨ ବିଧାୟକ ମଧ୍ୟରୁ ୧୧୦ ବିଧାୟକ ଯନ୍ତ୍ରଣା ଭୋଗୁଛନ୍ତି।ଏବେ ୫ ଟି ସଚିବ ଦଳ ର ସବୁ କିଛି ବୁଝୁଛନ୍ତି।ବିଜୁ ଜନତା ଦଳ ର ସଂଗଠକ ଙ୍କ ଜୀବନ କୁ ମାଟି କରିଛନ୍ତି ଭି କେ ପାଣ୍ଡିଆନ ଏମିତି କିଛି କହି ଏବେ ଚର୍ଚ୍ଚା କୁ ଆସିଛନ୍ତି ବହିଷ୍କୃତ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ।
ଏହା ପୂର୍ବ ରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡ଼ି ବିରୋଧ ରେ କହିବା ଫଳ ରେ ତାଙ୍କୁ ନବୀନ ପଟ୍ଟନାୟକ ସଭାପତି ପଦ ରୁ ନିଲମ୍ବିତ କରିଥିଲେ।ଆଗକୁ ନିର୍ବାଚନ ରହି ଥିଲା ବେଳେ ବିଜେଡି ଦଳ ରେ ଏବେ ଠାରୁ କନ୍ଦଳ ଦେଖିବାକୁ ମିଳୁଛି।

Advertisement