Apr 11, 2024, 08:54 IST

ଆମର ୬୦ ବର୍ଷ ର ରାଜନୀତି ଇତିହାସ..କେହି ଆମର କିଛି ବି ବିଗାଡି ପାରିବେନି..

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଛନ୍ତି କି ସୁର ରାଉତରାୟ ଙ୍କ ସାନ ପୁଅ ମନ୍ମଥ ରାଉତରାୟ ଗତ କିଛି ଦିନ ତଳେ ବିଜେଡି ଦଳ ରେ ଯୋଗ ଦେଇ ଥିଲେ।ଏହା ପରେ ତାଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ରୂପେ ଘୋଷିତ କରି ଥିଲେ।
ଏଥିରେ ସେ ନିଜେ ବହୁତ ଖୁସି ହୋଇ ଯାଇ ଥିଲେ।ତେବେ ଏହା ପୂର୍ବ ରୁ ଅପରାଜିତା ଭୁବନେଶ୍ୱର ର ସାଂସଦ ରୂପେ ପରିଚିତ ହେବେ।ଆଉ କିଛି ଦିନ ମଧ୍ୟରେ ଓଡ଼ିଶା ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
Hh
ତେବେ ଏବେ ଠାରୁ ପ୍ରାର୍ଥୀ ମାନେ ଦିନ ଗଣିବା ଆରମ୍ଭ କରି ଦେଇଛନ୍ତି।ଆଜି ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି ମନ୍ମଥ ରାଉତରାୟ।ତାଙ୍କ କହିବା ଅନୁଯାୟୀ ଦୀର୍ଘ ୬୦ ବର୍ଷ ଧରି ତାଙ୍କ ପରିବାର ରାଜନୀତି କରି ଆସୁଛନ୍ତି।
ଲୋକ ଙ୍କ ର ତାଙ୍କ ଉପରେ ଭରଷା ରହିଛି।ଏହା ସହିତ ଆମ ପରିବାର କୁ ମଧ୍ୟ ଅନେକ କିଛି ହରାଇବାକୁ ପଡିଚି।ଅନେକ ଦୁଃଖ କଷ୍ଟ ଦେଇ ଆଜି ଆମେ ଏ ସ୍ଥାନ ରେ ପହଞ୍ଚି ଅଛୁ।ଏ ମାଟି ହେଉଚି ଆମ ମା।
Gh
ଏହା ଠାରୁ କେବେ ହେଲେ ଆମେ ଦୂରେଇ ପାରିବୁ ନାହିଁ।ଓଡ଼ିଶା ର ଯେଭଳି ଉନ୍ନତି ହେବ ଏଥିପାଇଁ ଆମେ ସବୁବେଳେ ଚେଷ୍ଟା କରୁଚୁ।ଆଗକୁ ମଧ୍ୟ କରିବୁ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଗୁଆ ଯୋଜନା ମଧ୍ୟ କରି ସାରିଛନ୍ତି।
ଲୋକ ଙ୍କ ର ଉନ୍ନତି ଉପରେ ବେଶୀ ସେ ଗୁରୁତ୍ଵ ଦେଉଛନ୍ତି।ଏହା ପୂର୍ବ ରୁ ଯେଉଁ ସାଂସଦ ଥିଲେ ସେ କେବେ ହେଲେ ରାଜ୍ୟ ର ଉନ୍ନତି କଥା ବିଚାର କରି ନାହାନ୍ତି।ତେବେ ଆପଣ ମାନେ ଇଚ୍ଛା କଲେ ଆମ ରାଜ୍ୟ ର ଉନ୍ନତି ହେବ।
ପୁଣି ଥରେ ସେହି ବିଜେଡି ଦଳ କୁ ଜୀତାଇ ଦିଅନ୍ତୁ।ଏବେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେମାନଙ୍କ ର ଯେଭଳି ବିକାଶ ହେବ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହି ଥିଲେ ସୁର ରାଉତରାୟ ଙ୍କ ପୁଅ ମନ୍ମଥ ରାଉତରାୟ।ତେବେ ରାଜନୀତି ରେ ଆଗକୁ କଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।

Advertisement