ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହେଲିକପ୍ଟର ରେ ବସିବା ସମୟରେ ଖସି ପଡିଲେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ଭାରସାମ୍ୟ ହରାଇ ଖସି ପଡିଥିବା ବେଳେ ଏକ ଭିଡିଓ ଏବେ
ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି କି କାର ରୁ ଓହ୍ଲାଇ ହେଲିକପ୍ଟର ରେ ବସିବା ସମୟରେ ହଠାତ୍ ଖସି ପଡ଼ିଥିଲେ ମମତା ବାନାର୍ଜୀ। ଏହି ଭିଡିଓ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ସେ ଆସୁଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ପଶ୍ଚିମବଙ୍ଗ ର ଦୂର୍ଗମପୁର ରେ ପହଞ୍ଚିଥିଲେ। ସେଠାରେ ହେଲିକପ୍ଟର ରେ ଚଢିବା ସମୟରେ ହିଁ ଏହି ଦୁର୍ଘଟଣା ଟି ଘଟୁ ଯାଇଛି ବୋଲି କୁହା ଯାଉଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ
ହେଲିକପ୍ଟର ରୁ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା। କୁହା ଯାଉଛି କି ଏହି ଦୁର୍ଘଟଣା ରେ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ହେଲିକପ୍ଟର ରେ ଉପରକୁ ଚଢିବା ପାଇଁ ବାହାର ପଟୁ ଉପରକୁ ସିଡି ମଧ୍ଯ ଲଗା ଯାଇଥିଲା।
ହେଲିକପ୍ଟର ରେ ବସିବା ପାଇଁ ତାଙ୍କୁ ଭିତରକୁ ଯିବାକୁ ପଡ଼ିଥିଲା। ପରେ ତାଙ୍କର ପାଦ ହେଲିକପ୍ଟର ର ଫାଟକ ଉପରେ ପଡି ଯାଇଥିଲା। ଯାହା ଫଳରେ କି ସେ ଟଳମଳ ହୋଇ ଯାଇଥିଲେ।
ଆଉ ସେଠାରେ ପଡି ଯାଇଥିବା ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମାନେ ତାଙ୍କୁ ଉଠାଇ ପକାଇ ଥିଲେ। ଏହି ଘଟଣା ଦ୍ବାରା ମମତା ବାନାର୍ଜୀ ସାମାନ୍ୟ ଭାବରେ ଆହତ ହୋଇ ଯାଇଥିଲେ। ଓ ତାଙ୍କର ଯାତ୍ରା ମଧ୍ୟ ସମାପ୍ତ କରିଥିଲେ।
ମମତା ବାନାର୍ଜୀ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଲୋକମାନେ ଏହାକୁ ଦେଖି ମମତା ବାନାର୍ଜୀ ଙ୍କ ପାଇଁ ଚିନ୍ତିତ ହୋଇ ପଡ଼ିଥିଲେ।
ହେଲେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ମମତା ବାନାର୍ଜୀ ଏବେ ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।