Oct 9, 2023, 13:10 IST

ଓଡ଼ିଶା ରେ ବିକାଶ ର ଅନ୍ୟ ନାମ ହେଉଛନ୍ତି ନବୀନ, ୨୫ ବର୍ଷ ର ସୁଶାସନ ପାଇଁ ଓଡ଼ିଶାବାସୀ ନବୀନ ଙ୍କ ଆଗରେ ଚୀର କୃତଜ୍ଞ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ କୁ ଏକମୁଖି କରି ନାହାଁନ୍ତି। କହାପରେ କଣ ହେବ ତାହା ସେ ଠିକ ଠିକ୍ ରେ ମନେ ରଖିଛନ୍ତି।
Special report
ମାଲକାନଗିରି ରେ ସେତୁ ନିର୍ମାଣ କରି ୧୬ ଟି ପଞ୍ଚାୟତ କୁ ବିକାଶର ସେତୁରେ ଯୋଡ଼ି ଦେଇଛନ୍ତି। ଆଉ ଏବେ ଏହା ହେଉଛି ଏକ ସ୍ୱାଭିମାନ ଅଞ୍ଚଳ। ଯାହାକୁ ମଧ୍ଯ ପଛୁଆ ଜିଲ୍ଲା ବୋଲି କୁହା ଯାଉଥିଲା ସେଠାରୁ ହିଁ ଆରମ୍ଭ ହେଲା ଏୟାର ଷ୍ଟ୍ରିପ।
ମାଲକାନଗିରି ରୁ ଗଡିବ ବିମାନ। କେବଳ ମାଲକାନଗିରି ନୁହେଁ ରାଉରକେଲା, ଝାରସୁଗୁଡ଼ା, ରଙ୍ଗେଇଲୁଣ୍ଡା, ପୁରୀ ଏପରିକି କଳାହାଣ୍ଡି ରୁ ମଧ୍ଯ ଆରମ୍ଭ ହୋଇ ଯାଇଛି ବିମାନ ସେବା।
ଗମନା ଗମନ କୁ ସୁବିଧା କରିବା ପାଇଁ ପଶ୍ଚିମ ଓଡ଼ିଶା ରେ ସିନ୍ଧ୍ଲେବିଜୁ ଏକ୍ସପ୍ରେସ ବି କରାଯାଇଛି। ଆଉ ଏବେ ଏହା ପଶ୍ଚିମ ଓଡ଼ିଶା ର ଜୀବନ ରେଖା ପାଲଟି ଯାଇଛି। ସେହି ଏକ୍ସପ୍ରେସ ଏବେ ବ୍ରହ୍ମପୁର , ଗଜପତି ହୋଇ ରାୟଗଡ଼ା କୁ ଗଡିବାକୁ ଯାଉଛି।
Special report
ଏହାପରେ ରାଜ୍ୟରେ କୌଣସି ଜାଗା ଆଉ ଅପାନ୍ତିଆ ଅଞ୍ଚଳ ହୋଇ ରହିଲା ନାହିଁ। ଏହା ସହ ନବୀନ ପଟ୍ଟନାୟକ ଏହି ସବୁ କାମ କରି ସେ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି। ଗାଁ ଗାଁ ରେ ଏବେ ସଡ଼କ ସହରକୁ ଯୋଡ଼ିଛି।
ବ୍ଲକ୍ ଓ ଗାଁ କୁ ମଧ୍ଯ ବିଜୁ ବସ ସେବା ଯୋଡିଛି। ଏଥିରେ କେବଳ ଧନୀ ଲୋକମାନେ ଉପକୃତ ହେଉ ନାହାଁନ୍ତି ଗରିବ ଲୋକ ମାନେ ମଧ୍ୟ ଏହି ସବୁ ଯୋଜନା ଦ୍ବାରା ବେଶ ଉପକୃତ ହୋଇ ପାରୁଛନ୍ତି।
ନବୀନ ପଟ୍ଟନାୟକ ଏବେ ବିଜ୍ଞାନ ସମ୍ପର୍କୀୟ ବିକାଶ ଜାରୀ ରଖିଛନ୍ତି। ସେ ଓଡ଼ିଶାବାସୀ ଙ୍କ ପାଇଁ ବିକାଶ କରିବା ସହ ଓଡ଼ିଶା ବାସୀ ଙ୍କ ଯତ୍ନ ନେବା ମଧ୍ଯ ଆଦୌ ଭୁଲି ଯାଇ ନାହାଁନ୍ତି।
ସେଥିପାଇଁ ଏଥର ନିର୍ବାଚନ ରେ ମଧ୍ୟ ତାଙ୍କର ଜିତିବାର ସମ୍ପୁର୍ଣ୍ଣ ଭାବରେ ଅଧିକାର ରହିଛି। ତେବେ ନବୀନ ଙ୍କ ଏହି ବିକାଶ ପାଇଁ ଆପଣ ମାନେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement