ନମସ୍କାର ପାଠକ ବନ୍ଧୁ। କୃଷି ମନ୍ତ୍ରୀ ରଣେତ୍ର ପ୍ରତାପ ସ୍ଵାଇଁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚଳନ୍ତି ବିଶ୍ଵକର୍ମା ଭାବରେ ସମ୍ଭୋଦିତ କରିଛନ୍ତି। ସେ କହିଥିଲେ କି କଟକ ରେ ଏକ ବୃହତ୍ ଓ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରିବାର ଆବଶ୍ୟକତା ଥିଲା।
 
 ଆଉ ଏବେ ଏହା ସମ୍ଭବ ହୋଇ ପାରିଛି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ। ତାଙ୍କର ଉନ୍ନତ ମାନ ର ଚିନ୍ତାଧାରା ପାଇଁ ଆମେ ଏହି ନୂଆ ବସ ଷ୍ଟାଣ୍ଡ ପାଇଛୁ ବୋଲି ବିଧାୟକ ଜଣକ କହିଥିଲେ।
  
 କଟକ ମାଟିର ସୁଯୋଗ୍ୟ ସନ୍ତାନ ଓ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁବାଷ ବୋଷ ଙ୍କ ନାମରେ ନାମିତ ହୋଇଛି।ଆଉ କଟକ ବାସି ଙ୍କ ପାଇଁ ଏହା ଏକ ନୁଆ ଠିକଣା ଭାବରେ ମଧ୍ୟ ପରିଗଣିତ ହୋଇଛି।
 
 ସେହି ଭଳି ଭାବରେ ରାଜ୍ୟରେ ଗମନା ଗମନ ଓ ପରିବହନ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। ଏହା ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି।
  
 କେବଳ କଟକରେ ନୁହେଁ ଗତ ଅଗଷ୍ଟ ୨୩ ତାରିଖରେ ରାଜ୍ୟର ୧୩ ଟି ଜିଲ୍ଲାରେ ରାଜ୍ୟର ୨୧ ଟି ବସ୍ ଷ୍ଟାଣ୍ଡ ଉଦ୍ଘାଟିତ ହୋଇ ସାରିଛି। ଏବଂ ଏହାପରେ ୨୬ ଟି ଜିଲ୍ଲାରେ ୧୨୪ ଟି ବ୍ଲକ ସ୍ତରୀୟ ବସ୍ ଷ୍ଟାଣ୍ଡ ନିର୍ମାଣ ହେବା ପାଇଁ ମଧ୍ଯ ଭିତ୍ତି ପ୍ରସ୍ତର ସ୍ଥାପନ ସରିଛି।
 
 କଟକ ସହରର ଆଉ ଏକ ସ୍ବତନ୍ତ୍ର ପରିଚୟ ହେଉଛି ରେଭେନ୍ସା କଲେଜ୍। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତତ୍ତ୍ଵାବଧାନରେ ଏଠାରେ ଆଉ ଏକ କ୍ୟାମ୍ପସ ର ଉଦ୍ଘାଟନ ହୋଇଛି ଯାହା କଟକ କୁ ବହୁତ ଆଗକୁ ନେବ।
  
 ଓଡ଼ିଶାର ମଧ୍ଯ ସାଂସ୍କୃତିକ କେନ୍ଦ୍ରକୁ ମଧ୍ୟ ଆହୁରି ଜାତୀୟ କରିଛି ଏହି ବିଶ୍ଵ ବିଦ୍ୟାଳୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶାର ଓ ଓଡ଼ିଶାବାସୀ ଙ୍କ କଲ୍ୟାଣ ପାଇଁ ଏଭଳି ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ କରିଛନ୍ତି।
 
 ଆଉ ଏହା ମଧ୍ଯ ନିଶ୍ଚିତ ଭାବରେ ବେଶ ସହାୟକ ହେବ ବୋଲି କହିଛନ୍ତି। ତେବେ କୃଷି ମନ୍ତ୍ରୀ ରଣେତ୍ର ପ୍ରତାପ ସ୍ଵାଇଁ ଏହି କଥା କହିଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।
                            
                                        
                                    