Mar 7, 2024, 09:33 IST

ଓଡ଼ିଶା ଆସି ନବୀନ ଙ୍କୁ ଶାନ୍ତ୍ବନା ଦେଲେ ମୋଦୀ...ବିଜେଡ଼ି ବିଜେପି ଯଦି ମେଣ୍ଟ ହେବେ ଓଡିଶା ସ୍ବର୍ଗ ହୋଇଯିବ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bbb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ବିଜେଡି ବିଜେପି ମେଣ୍ଟ ଆପାତତଃ ସ୍ପଷ୍ଟ ହେବାରେ ଲାଗିଛି। ବିଜେପି ବିଜେଡି ମଧ୍ୟରେ ମେଣ୍ଟ ଯେ କୌଣସି ସମୟରେ ଘୋଷଣା ହୋଇପାରେ। ଯଦି ମେଣ୍ଟ ହେବ, ତେବେ ଫର୍ମୁଲା କଣ ରହିବ।
ବିଜେପି ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ କେତୋଟି ବିଧାନସଭା ଆସନ ନେବ। ଯଦି ପ୍ରତି ଆସନରେ ବିଜେପିକୁ ୩ଟି ମିଳେ ତେବେ ବିଜେପି ୬୩ ଆସନ ପାଇବ ବୋଲି କୁହାଯାଉଛି। 
Hh
ଯଦି ଏମିତି ନ ହୁଏ, ତେବେ ପ୍ରତି ଲୋକସଭା କ୍ଷେତ୍ରରେ ଯଦି ୨ଟି ବିଧାନସଭା ଆସନ ବିଜେପିକୁ ଦିଆଯାଏ, ତା ହେଲେ ସଂଖ୍ୟା ୪୨ ହୋଇପାରେ। ଗତ ୨୦୧୯ ମସିହା ନିର୍ବାଚନରେ ବିଜେଡି ୧୧୨ଟି ଆସନ ଆଣିଥିଲା।
ଲୋକ ସଭାରେ ବିଜେଡି କମ ସିଟ ଦେବାକୁ ରାଜି ହୋଇଥିବା କୁହାଯାଉଛି। ଗତଥର ବିଜେଡି ୧୨ଟି ଲୋକ ସଭା ଆସନରେ ବିଜୟ ଲାଭ କରିଥିଲା। ଲୋକ ସଭାରେ ବିଜେଡି ୧୫ଟି ଆସନ ନେଇପାରେ ବୋଲି କୁହାଯାଉଛି। 
ବିଜେପି ବାକି ଆଉ ଛଅଟି ଆସନରେ ସନ୍ତୁଷ୍ଟ ହୋଇପରେ ବୋଲି କୁହାଯାଉଛି। ଚର୍ଚ୍ଚା ହେଉଛି ଯେଉଁ ଯେଉଁ ଆସନରେ ବିଜେପି ବିଜୟ ହୋଇଥିଲେ ସେହି ସବୁ ଆସନ ବିଜେପି ପାଖରେ ରହିବ। ଏବଂ ତାପରେ ଆଉ ୬ଟି ଆସନ ଯୋଡ଼ି ହେବ।
ବିଶେଷ କରି ଉପକୂଳର ପ୍ରାୟ ସବୁ ଆସନ ବିଜେଡି ନେବ। ପଶ୍ଚିମ ଓଡିଶାର ସବୁ ଆସନ ବିଜେପି ନେବ। ଏହା ହେଲେ ବିଜେପି ଓ ବିଜେଡ଼ି ମେଣ୍ଟ ୨୧ଟି ଆସନ ନେଇପାରନ୍ତି ବୋଲି କୁହାଯାଉଛି।

Advertisement