Updated: Oct 9, 2023, 11:59 IST

ଓଡ଼ିଶା ବାସୀ ଙ୍କ ଖୁସି ପାଇଁ ନବୀନ ବାବୁ ନେଇ ଆସିଲେ ବଡ଼ ଯୋଜନା, ରାସ୍ତା ରେ ଯାଉଥିବା ଲୋକ ବି ଏବେ ପାଇବେ ମାଗଣା ଘର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୁଆ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିଛନ୍ତି। ଆଉ ଏହି ଯୋଜନା କୁ ମଧ୍ଯ ରାଜ୍ୟର କ୍ୟାବିନେଟ ମୋହର ମଧ୍ୟ ଲଗାଇଛି।
ଏହି ଯୋଜନାର ନାମ ହେଉଛି ମୋ ଘର ଏହି ଯୋଜନାରେ ସବସିଡି ଯୁକ୍ତ ଋଣ ମଧ୍ୟ ପ୍ରଦାନ କରାଯିବ। ନୂଆ ଘର ନିର୍ମାଣ ସମ୍ପ୍ରସାରଣ କିମ୍ବା ଉନ୍ନତୀ କରଣ ପାଇଁ ଏହି ଋଣ ମଧ୍ଯ ଦିଆଯିବ।
ଏଥିରେ ଏକ ଲକ୍ଷ ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ପ୍ରଦାନ କରିବ। ଏହି ଋଣ କୁ ହିତାଧିକାରୀ ମାନଙ୍କୁ ଦଶ ବର୍ଷ ମଧ୍ୟରେ ସୂଜିବାକୁ ପଡ଼ିବ।
Special report
ସର୍ବାଧିକ ୩ ଲକ୍ଷ ଟଙ୍କା ଋଣ ନେଲେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ ମଧ୍ଯ ମିଳିବ। ଅର୍ଥାତ ହିତାଧିକାରୀ ମାନଙ୍କୁ ଦଶ ବର୍ଷ ମଧ୍ୟରେ ୨ ଲକ୍ଷ ୩୦ ହଜାର ଟଙ୍କା ସୁଜିବାକୁ ପଡିବ। କଚ୍ଚା ଘର କିମ୍ବା ଗୋଟିଏ କୋଠରୀ ବିଶିଷ୍ଟ ଛାତ ଘର ଥିଲେ ଏହି ଋଣ ମିଳି ପାରିବ।
କିମ୍ବା ଯଦି ଏକ ବ୍ୟକ୍ତି ପୂର୍ବରୁ ସରକାର ଙ୍କ ଦ୍ବାରା ଦିଆ ଯାଇଥିବା କୌଣସି ଗୃହ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ନଥିବ ତେବେ ସେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇ ପାରିବ।
୭୦ ହଜାର ଟଙ୍କାରୁ କମ୍ ସହାୟତା ରାଶି ପାଇଥିଲେ ମଧ୍ଯ ମୋ ଘର ଋଣ ପଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ। ସବୁଠାରୁ ବଡ଼ ଯୋଗ୍ୟତା ହେଲା ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିବ। ବ୍ୟକ୍ତିଗତ ବ୍ଯବହାର ପାଇଁ ଚାରି ଚକିଆ ଯାନ ନଥିବ।
ସରକାରୀ କିମ୍ବା ସରକାରୀ ଉଦ୍ୟୋଗୀ ର ସେ ନିୟମିତ ଭାବରେ କର୍ମଚାରୀ ହୋଇ ନଥିବେ। ପରିବାରର କୌଣସି ସଦସ୍ୟ ସରକାରୀ ପେନସନ ଭୋଗି ମଧ୍ୟ ହୋଇ ନଥିବେ।
୫ ଏକର ରୁ କମ ଜଳ ସେଚିତ ଜମି କିମ୍ବା ୧୫ ଏକର ରୁ କମ୍ ଅଣ ଜଳ ସେଚିତ ଜମି ଥିଲେ ମୋ ଘର ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ। ଏହି ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ଭିଡିଓ ଟିକୁ ସଂପୂର୍ଣ୍ଣ ଦେଖିବା ପାଇଁ ଭୁଲି ଯିବେ ନାହିଁ।

Advertisement