Jan 2, 2024, 12:36 IST

ନୂଆ ବର୍ଷ ରେ ତରଳିଲା ନବୀନ ଙ୍କ ମନ ! ବରିଷ୍ଠ ନେତା ଦାମୋଦର ରାଉତ ଙ୍କୁ ପୁଣି ଡାକିଲେ ବିଜେଡି କୁ...

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ନୂତନ ବର୍ଷ ରେ ହଟିଲା ଦାମ ରାଉତ ଙ୍କ ଉପରୁ ବହିଷ୍କାର। ଆପଣ ମାନେ ସମସ୍ତେ ଜାଣି ଥିବେ ଦାମୋଦର ରାଉତ ଆଗରୁ ବିଜେଡି ଦଳ ର ଜଣେ ବଳିଷ୍ଠ ନେତା ଥିଲେ।ତାଙ୍କ ପାଇଁ ଅନେକ ସ୍ଥାନ ରେ ଉନ୍ନତି ହୋଇ ଥିଲା।
Special Report
କିନ୍ତୁ ବ୍ରାହ୍ମଣ ବିବାଦ କୁ ନେଇ ଦାମୋଦର ରାଉତ ଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ରୁ ବାହାର କରି ଦେଇଥିଲେ।ଏହି ବିବାଦ ସେ ସମୟ ଖୁବ୍ ପ୍ରଚାରିତ ହୋଇ ଥିଲା।ସମସ୍ତେ ତାଙ୍କୁ ଘୃଣା ଚକ୍ଷୁ ରେ ଦେଖି ଥିଲେ।ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳ ରୁ ବାହାର କରି ଦେଇଥିଲେ।
ସୂଚନା ଅନୁସାରେ ୨୦୧୯ ମସିହା ରେ ଦାମୋଦର ରାଉତ ଙ୍କୁ ଦଳ ରୁ ବାହାର କରି ଦିଆ ଯାଇ ଥିଲା।ଏହା ପରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ।ଏହି ଦଳ ରେ ନିର୍ବାଚନ ମଧ୍ୟ ଲଢି ଥିଲେ।କିନ୍ତୁ ଏହି ଦଳ ଟି ତାଙ୍କ ପାଇଁ ଶୁଭଙ୍କର ହୋଇ ନ ଥିଲା।
ଯାହା ଫଳ ରେ ସେ ଏହି ଦଳ ପକ୍ଷ ରୁ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ।ଏଥିରେ ଦାମ ଅଧିକ ମାତ୍ରାରେ ଚିନ୍ତା ଗ୍ରସ୍ତ ହୋଇ ଥିଲେ।ପରେ ସେ ବିଜେଡି ଦଳ କୁ ଫେରି ଆସିବା କଥା ଭାବି ଥିଲେ।କିନ୍ତୁ ମୁଖ୍ୟ ମନ୍ତ୍ରୀ ତାଙ୍କୁ ଦଳ ରୁ ବହିଷ୍କାର କରିଥିଲେ।
Special Report
ଏହି ନୂତନ ବର୍ଷ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦାମୋଦର ରାଉତ ଙ୍କ ପାଇଁ ଏକ ଭଲ ଖବର ନେଇ ଆସିଛନ୍ତି।ପୁଣି ଥରେ ଦାମୋଦର ରାଉତ ଙ୍କୁ ସେ ଦଳରେ ସାମିଲ୍ କରିବା ପାଇଁ ନିଷ୍ପତି ନେଇଛନ୍ତି। ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟ ମନ୍ତ୍ରୀ ଙ୍କ ଏଭଳି ନିଷ୍ପତି କୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି।ଦାମୋଦର ରାଉତ ଅନେକ ବର୍ଷ ଧରି ବିଜେଡି ଦଳ ରେ ରହି ଥିଲେ।ହେଲେ ସାମାନ୍ୟ ଏକ ଘଟଣା ରୁ ତାଙ୍କୁ ଦଳ ରୁ ବାଦ କରିବା ଠିକ୍ ନୁହେଁ ବୋଲି କିଛି ବୁଦ୍ଧିଜିବୀ କହିଥିଲେ।
ତାଙ୍କୁ ଦଳ ରେ ସାମିଲ କରିବା ପରେ ତାଙ୍କ ପୁଅ କହିଛନ୍ତି କି ମୁଁ ଏଭଳି କାର୍ଯ୍ୟ କୁ ସ୍ଵାଗତ କରୁଛି।ବାପା ଙ୍କ ଦେହ ଏବେ ଅସୁସ୍ଥ ଅଛି।ସେ ସୁସ୍ଥ ହେବା ପରେ ବିଜେଡି ଦଳ ରେ ଯୋଗ ଦେବେ।ସେମାନଙ୍କ ତରଫ ରୁ ନିର୍ବାଚନ ଲଢ଼ିବେ।
ଓ ବିଜେଡି ଦଳ ର ପ୍ରଚାର ରେ ଯିବେ।ମୁଖ୍ୟ ମନ୍ତ୍ରୀ ଙ୍କ ଏହି ଖବର ଶୁଣିବା ପରେ ପୁରା ଅଞ୍ଚଳ ବାସୀ ବହୁତ ଖୁସି ଅଛନ୍ତି।ସେମାନଙ୍କ ନେତା ପୁଣି ଥରେ ସେମାନଙ୍କ ପାଖକୁ ଫେରି ଆସିବ ବୋଲି ସେମାନେ କହିଛନ୍ତି।

Advertisement