Updated: May 4, 2024, 18:46 IST

ନବୀନ କହିଲେ, କଣ ଓଡ଼ିଶା ବାସି...ଏଥର ଯୋଡ଼ି ଶଙ୍ଖ ରେ ଭୋଟ ଦେଇ ମୋର ରେକର୍ଡ କରାଓ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋରାପୁଟ, ନବରଙ୍ଗପୂର , ଗଜପତି ଓ ରାୟଗଡା ରେ ଆଜି ଦେଖିବାକୁ ମିଳିବ ନବୀନ ଙ୍କ ପ୍ରଚାର। ବିଜେଡ଼ି ପାଇଁ ପ୍ରଚାର କରିବାକୁ ମଇଦାନ କୁ ଓହ୍ଲାଇବେ ବିଜେଡ଼ି
ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପ୍ରଚାର ମଇଦାନ ରେ ମୁଖ୍ୟମନ୍ତ୍ରୀ ଙ୍କ କ୍ୟାମ୍ପେନ୍ ଦେଖିବାକୁ ମିଳିବ। ସକାଳ ସାଢେ଼ ଦଶଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୁବ ପ୍ରଚାର ହେବ ବୋଲି ଖବର ଆସୁଛି।
Hj
ଆଜି ଏହି ଚାରି ଜିଲ୍ଲାରେ ମାରାଥନ ଭାବରେ ପ୍ରଚାର କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମଧ୍ୟ ବିଜେଡ଼ି ମୁଖିଆଙ୍କ ସହ ଉପସ୍ଥିତି ରହିବେ ଦୁଇ ନମ୍ବର୍ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ।
ଆଜି କୋରାପୁଟ ରୁ ମଧ୍ୟ ଏହି ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସେଠାରେ ହେଉଥିବା ସଧାରଣ ସଭା କୁ ସମ୍ବୋଧନ କରିବାକୁ ଯାଉଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୟପୁର ରେ ମଧ୍ୟ ଏକ ସାଧାରଣ ସଭା କରିବେ।
ଏହାପରେ ନବରଙ୍ଗପୁର ରେ ପହଞ୍ଚି ନିର୍ବାଚନ ପ୍ରଚାର କରିବେ ନବୀନ। ଏହାପରେ ଟିକେ ବିଶ୍ରାମ ନେବା ପରେ ରାୟଗଡ଼ା ର ଏକ ସାଧାରଣ ସଭା ରେ ଯୋଗ ଦେବେ।
Bb
ଶେଷରେ ଅପରାହ୍ନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ପ୍ରଚାର କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆଗାମୀ ନିର୍ବାଚନ କୁ ଆଖିରେ ରଖି ଲୋକସଭା ଓ ବିଧାନ ସଭା ପାଇଁ ତିନି ଦଳ ଜୋରଦାର ଭାବରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି।
ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ସେତେ ମାତ୍ରାରେ ମଧ୍ୟ ପ୍ରଚାର ଜୋର୍ ଧରିବାରେ ଲାଗିଛି। ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏହି ଖବର ଖୁବ୍ ପ୍ରସାରିତ ହେବାର ଲାଗିଛି।
ଏହି ପ୍ରଚାର ରେ ମଧ୍ୟ ଅନେକ ଲୋକ ମାନେ ଭାଗ ନେଉ ଥିବାର ଦେଖିବାକୁ ମିଳିଛି। ତେବେ ଏହି ନିର୍ବାଚନ ପ୍ରଚାର କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement