ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଅତନୁ ସବ୍ୟସାଚୀ ନାୟକ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
![Special report](https://news38times.com/static/c1e/client/93724/uploaded/ea51f62b8321f36135e4b24bf7821e1a.jpg)
ସେ କହିଥିଲେ କି ଯେତେବେଳେ ସଂଡ ୧୯୯୭ ମସିହାରେ ପ୍ରଥମେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରେ ପାଦ ଦେଇଥିଲେ। ଆଉ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ପହଞ୍ଚି ଥିଲେ ସେତେବେଳେ ସେଠାରେ ଜନ ଗହଳି ହେବା ସହ ଲୋକ ମାନଙ୍କ ମନରେ ଖୁବ ଉତ୍ସୁକତା ମଧ୍ୟ ଭରି ରହିଥିଲା।
ଆଉ ଆଜି ମଧ୍ଯ ଲୋକ ମାନଙ୍କ ମନରେ ସେଭଳି ଭାବରେ ମଧ୍ୟ ଉତ୍ସୁକତା ଭରି ରହିଛି ବୋଲି ସେ କହିଛନ୍ତି। କାହିଁକି ନା ଆଜି ମଧ୍ଯ ତାଙ୍କୁ ଦେଖିବା ପାଇଁ ସେହି ଭଳି ଗହଳି ହେଉଛି।
ଆଜି ମଧ୍ୟ ଭଲ ପାଇବା ଟିକେ ହେଲେ ମଧ୍ଯ ଉଣା ହୋଇ ନାହିଁ ନବୀନ ପଟ୍ଟନାୟକ ଙ୍କ ପ୍ରତି। ସୁନା ଯେମିତି ଚକଚକ କରେ ଠିକ୍ ସେଭଳି ଭାବରେ ହିଁ ୨୬ ବର୍ଷ ପରେ ମଧ୍ୟ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିତ୍ଵ ସୁନା ଭଳି ଝଟକିବା ରେ ଲାଗିଛି।
![Special report](https://news38times.com/static/c1e/client/93724/uploaded/16c3be545a7b1e1ab77c3196eefb9eca.jpg)
ସେ ସେଭଳି ସୁଶାସନ ଲୋକ ମାନଙ୍କୁ ଦେଉଛନ୍ତି ଏବଂ ପ୍ରଶାସନ ର ସୁଫଳ ମଧ୍ଯ ଓଡ଼ିଶାବାସୀ ପାଉଛନ୍ତି। ଲୋକ ମାନଙ୍କ ମନରେ ତାଙ୍କ ପ୍ରତି ଭଲ ପାଇବା ମଧ୍ୟ ଜୋରଦାର ଭାବରେ ବଢ଼ି ବଢ଼ି ଚାଲିଛି।
ନବୀନ ପଟ୍ଟନାୟକ ଙ୍କ ମଧ୍ଯ ଲୋକ ମାନଙ୍କ ପ୍ରତି ଅତୁଟ ଭାବରେ ଭଲ ପାଇବା ରହିଛି। ଏହାପରେ ଅତନୁ ସବ୍ୟସାଚୀ କହିଥିଲେ କି ତାଙ୍କର ବ୍ୟକ୍ତିଗତ ଭାବରେ ତାଙ୍କର ଦୀର୍ଘ ୨୩ ବର୍ଷ ଧରି ଯେଉଁ ରାଜନୈତିକ ଜୀବନ କାରଣ ସେ ବିଧାୟକ ରହିଛନ୍ତି ଓ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ,
ସେ ଅତି ନିକଟରୁ ନବୀନ ପଟ୍ଟନାୟକ ଙ୍କୁ ଦେଖିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଅତି ସରଳ ମଣିଷ। ଏଭଳି ସେ ଏକ ବନ୍ୟା ସମ୍ପର୍କିତ ଘଟଣା ବିଷୟରେ କହିଥିଲେ।
ଯେତେବେଳେ କି ସେ ନବୀନ ପଟ୍ଟନାୟକଙ୍କ ସହ ବନ୍ୟା ଅଞ୍ଚଳ କୁ ଭେଟିବା ପାଇଁ ଯାଇଥିଲେ ଆଉ ସେତେବେଳେ କୌଣସି କାରଣ ବଶତଃ ତାଙ୍କର ହେଲିକପ୍ଟର ଆସି ପାରି ନଥିଲା ଆଉ ଲୋକ ମାନଙ୍କୁ ଦେଖିବା ପାଇଁ ସେ ବିନା ସିକ୍ୟୁରୁଟି ରେ ଜିପ୍ ରେ ଯାଇଥିଲେ।